ମହାବଳବାଘ ଛାଲ ସହ ଜଣେ ଗିରଫ
ନବରଙ୍ଗପୁର : ନବରଙ୍ଗପୁର ପୋଲିସକୁ ମିଳିଛି ଏକ ବଡ ସଫଳତା। ମୂଲଚାଲ କରୁଥିବା ବେଳେ ମହାବଳ ବାଘର ଛାଲ ସହ ଜଣକୁ ଗିରଫ କରାଯାଇଥିବା ଏକ ପ୍ରେସ ବିବୃତିରେ ପ୍ରକାଶ କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନବରଙ୍ଗପୁର ଏସପି ଏସ.ସୁଶ୍ରୀ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ସବ-ଇନ୍ସପେକ୍ଟର ଶିବଜୀ ପଣ୍ଡାଙ୍କ ନେତୃତ୍ୱରେ ପୋଲିସର ସ୍ୱତନ୍ତ୍ର ଟିମ ମୃଗ ବିହାର ନିକଟରେ ମୂଳଚାଲ କରୁଥିବା ବେଳେ ଏକ ବାଘ ଛାଲ ସହ ଜଣଙ୍କୁ ଗିରଫ କରିଛି ପାପଡାହାଣ୍ଡି ପୋଲିସ। ଗିରଫ ଯୁବକ ଜଣକ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ସତନାମୀ ସାହିର କମଲ କୁମାର ମହାନ୍ତି ବୋଲି ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ହେଡ କ୍ବାଟର ଡ଼ିଏସପି ଡ ଚନ୍ଦ୍ରଶେଖର ହୋତା । ମହାବଳବାଘ ଛାଲ କେଉଁଠୁ ଆଣିଥିଲା ଓ ଏହି ରାକେଟରେ ଅନ୍ୟ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଡ଼ିଏସପି । ସାମ୍ବାଦିକମାନଙ୍କ ଅନେକ ପ୍ରଶ୍ନ ମଧ୍ଯରେ ତଦନ୍ତ ସାପେକ୍ଷ ବୋଲି କହିଥିବା ବେଳେ ବାଘ ଛାଲକୁ ପରୀକ୍ଷଣ ନିମନ୍ତେ ଡେରାଡୁନକୁ ପଠାଯିବ। ପାପଦାହାଣ୍ଡି ଥାନା କେଶ୍ ନମ୍ବର ୨୨୯/ ୨୨ ପ୍ରକାରେ ୯/୩୯/(୧)(ଖ),୩୯/(୧)(ଘ),୩୯ / (୨)୩୯(୩),୪୦- କ (୨), ୪୪/(୧),୪୮(କ)(୨),୪୮(କ),୪୯ (ଖ),୫୭ ବନ୍ୟ ଜନ୍ତୁ ସୁରକ୍ଷା ଆଇନ୍ ୧୯୭୨ ମାମଲା ରୁଜୁ ହୋଇଥିବା ବେଳେ ରାମେଶ୍ବର ପ୍ରଧାନ ତଦନ୍ତ କାରୀ ଅଧିକାରୀ ଭାବରେ ତଦନ୍ତ ଚଳାଇଥିବା ଜଣା ପଡ଼ିଛି।