ଘର ବାହାରେ ଅମିତାଭଙ୍କ ଜୀବନ୍ତ ପ୍ରତିମୂର୍ତ୍ତି ସ୍ଥାପନ କଲେ ଭାରତୀୟ-ଆମେରିକୀୟ ଦମ୍ପତ୍ତି
ନୂଆଦିଲ୍ଳୀ : ବିଗ୍ ବି ଅମିତାଭ ବଚ୍ଚନଙ୍କ ଫ୍ୟାନ୍ କେବଳ ଭାରତରେ ହିଁ ନୁହେଁ ବରଂ ବିଦେଶରେ ମଧ୍ୟ ରହିଛନ୍ତି । ବର୍ତ୍ତମାନ ଏଭଳି ଜଣେ ଫ୍ୟାନଙ୍କ ନେଇ ଚର୍ଚ୍ଚା ଲାଗି ରହିଛି । ସେ ଆମେରିକାରେ ନିଜ ଘର ବାହାରେ ବିଗ୍ ବିଙ୍କ ଜୀବନ୍ତ ପ୍ରତିମା ସ୍ଥାପିତ କରିଛନ୍ତି ଏବଂ ଏହାକୁ ଧୁମଧାମରେ ମଧ୍ୟ ଉଦଘାଟନ କରିଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ ଭାରତୀୟ-ଆମେରିକୀୟ ଦମ୍ପତ୍ତି ରିଙ୍କୁ ଏବଂ ଗୋପୀ ଶେଠ୍ ଗତ ୨୭ ଅଗଷ୍ଟରେ ଆମେରିକା ନ୍ୟୁ ଜର୍ସିରେ ମହାନାୟକ ଅମିତାଭ ବଚ୍ଚନଙ୍କ ଏକ ପ୍ରତିମୂର୍ତ୍ତି ନିଜ ଘର ବାହାରେ ଉଦଘାଟନ କରିଛନ୍ତି । ଏହି ଅବସରରେ ଅମିତାଭଙ୍କ ଅନେକ ଫ୍ୟାନ୍ ମଧ୍ୟ ସାମିଲ ହୋଇଥିଲେ । ତେବେ ଏନେଇ ଦମ୍ପତ୍ତି ଫଟୋ ସେୟାର କରିବା ସହ କହିଛନ୍ତି ଯେ ଅମିତାଭ ବଚ୍ଚନ ତାଙ୍କ ପାଇଁ ଭଗବାନଙ୍କ ଠାରୁ କମ୍ ନୁହଁନ୍ତି । ସେ ଫ୍ୟାନଙ୍କ ଖୁବ୍ ଧ୍ୟାନ ରଖନ୍ତି ଏବଂ ଖୁବ୍ ଉଦାର ମଧ୍ୟ । ରିପୋର୍ଟ ଅନୂଯାୟୀ ଏହି ମୂର୍ତ୍ତିକୁ ରାଜସ୍ଥାନରେ ତିଆରି କରାଯାଇଛି ଏବଂ ଆମେରିକା ପଠାଯାଇଛି । ଏହି ପ୍ରୋଜେକ୍ଟକୁ ପୂରା ହେବାକୁ ପ୍ରାୟ ୬୦ ଲକ୍ଷ ଖର୍ଚ୍ଚ କରିଛନ୍ତି ଏହି ଦମ୍ପତ୍ତି ।