ବିଭିନ୍ନଶୈବ ପୀଠରେଜାଗର ଯାତ୍ରା
ଯାଜପୁର : ଯାଜପୁରର ବିଭିନ୍ ନଶୈବ ପୀଠମାନଙ୍କରେ ଆଜି ପ୍ରତ୍ୟୁଷରୁ ଜାଗରଯାତ୍ରା ଉପଲକ୍ଷେ ପୂଜାର୍ଚ୍ଚନା ଚାଲୁ ରହିଛି । ପ୍ରତ୍ୟୁଷରୁ ବିଭିନ୍ନ ଶୈବପୀଠ ମାନଙ୍କରେ ଥିବା ମହାଦେବ ମନ୍ଦିରରେ ମହାଦେବଙ୍କୁ ସ୍ନାନ କରିବା ସହିତ ବେଶ ଓ ପୂଜାର୍ଚ୍ଚନା କରାଯାଇଥିଲା । ଭକ୍ତ ଓ ଭକ୍ତାମାନେ ମନ୍ଦିର ପରିସରରେ ରୁଣ୍ଡିଭୂତ ହୋଇ ମହାଦେବଙ୍କୁ ଶୋଲଛତା ଅର୍ପଣ କରିବା ସହିତ ନୈବିଦ୍ୟ, ପୂଜାର୍ଘ୍ୟ ବାଢ଼ିଥିଲେ । ଯାଜପୁରର ପ୍ରସିଦ୍ଧ ଶୈବ ପୀଠବାବା ଆଖଣ୍ଡଳଶ୍ୱେର, ଲଲିତେଶ୍ୱର, ରାଜରାଜେଶ୍ୱର, ମୁକ୍ତେଶ୍ୱର, ତିଳଭାଣ୍ଡେସ୍ୱର, ତ୍ରିଲୋଚନେଶ୍ୱର, ବେଲେଶ୍ୱର, ଲିଙ୍ଗେଶ୍ୱର, ବରୁଣେଶ୍ୱର ଆଦି ବିଭିନ୍ନଶୈବ ପୀଠମାନଙ୍କରେ ଜାଗର ଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ପୂଜା କରାଯିବା ସହିତ ଶିବଙ୍କର ସ୍ତ୍ରୋତ ପାଠ, ହରିନାମ ଜପ କରାଯାଉଛି । ସନ୍ଧ୍ୟାରେ ମହାଦେବଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯିବା ସହିତ ମଧ୍ୟ ରାତ୍ରରେ ମହାଦୀପ ଉଠିବାର ବ୍ୟବସ୍ଥା କରାଯାଇଛି ।