ସରକାରୀ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ ! ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ୩୫ ହଜାର ମିଳିବ ଦରମା
ନୂଆଦିଲ୍ଲୀ : ଦିଲ୍ଲୀ ସରକାର (Delhi Government) ଙ୍କ ଅଧୀନରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ରହିଛି । ଦିଲ୍ଲୀ ପରିବହନ ବିଭାଗ (DTC) ରେ ୩୫୭ ପଦରେ ଭର୍ତ୍ତି ପ୍ରକ୍ରିୟା ଚାଲିଛି । କିନ୍ତୁ ଏହି ସମସ୍ତ ପଦରେ ନିଯୁକ୍ତି ଚୁକ୍ତିଭିତ୍ତିକ ଭାବେ ଦିଆଯିବ । ଏହି ପଦଗୁଡ଼ିକ ହେଉଛି ଆସିଷ୍ଟାଣ୍ଟ ଫିଟର, ଆସିଷ୍ଟାଣ୍ଟ ଫୋରମେନ ଏବଂ ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ । ଏହି ପଦଗୁଡ଼ିକ ପାଇଁ ଆଜିଠାରୁ (ଏପ୍ରିଲ ୧୮) ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନର ଶେଷ ତାରିଖ ହେଉଛି ମେ ୪,୨୦୨୨ । ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଡିଟିସିର ଆଧିକାରୀକ ୱେବସାଇଟ୍ dtc.nic.in ରେ ଯାଇ ଆବେଦନ କରିପାରିବେ ।
ସଂପୂର୍ଣ୍ଣ ବିବରଣୀ :
ପଦ:-ଆସିଷ୍ଟାଣ୍ଟ ଫୋରମେନ
ପଦ ସଂଖ୍ୟା:-୧୧୨
ପେ ସ୍କେଲ୍:-ପ୍ରତିମାସରେ ୩୫,୪୦୦ ଟଙ୍କା
ପଦ:-ଆସିଷ୍ଟାଣ୍ଟ ଫିଟର
ପଦ ସଂଖ୍ୟା:-୧୭୫
ପେ ସ୍କେଲ୍:-ପ୍ରତିମାସରେ ୧୭,୬୯୩ ଟଙ୍କା
ପଦ:-ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ୍
ପଦ ସଂଖ୍ୟା:-୭୦
ପେ ସ୍କେଲ୍:-ପ୍ରତିମାସରେ ୧୭,୬୯୩ ଟଙ୍କା
ଯୋଗ୍ୟତା :
ଆସିଷ୍ଟାଣ୍ଟ ଫୋରମେନ:- ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ଅଟୋମୋବାଇଲ/ ମେକାନିକାଲ/ଇଲେକ୍ଟିକାଲ ଇଞ୍ଜିନିୟରିଂ ସହ ୨ ବର୍ଷର ଅନୁଭବ ରହିବା ଆବଶ୍ୟକ ।
ଆୟୁ ସୀମା:-୧୮ ବର୍ଷରୁ ୩୫ ବର୍ଷ
ଆସିଷ୍ଟାଣ୍ଟ ଫିଟର:-ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ମେକାନିକ (ଏମବି)/ଡିଜଲ ମେକାନିକ/ ଟ୍ରାକ୍ଟର ମେକାନିକ/ଅଟୋମୋବାଇଲ/ଫିଟର ଟ୍ରେଡରେ ଆଇଟିଆଇ କରିଥିବା ଆବଶ୍ୟକ ।
ଆୟୁ ସୀମା:-୧୮ ବର୍ଷରୁ ୨୫ ବର୍ଷ
ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ:-ପ୍ରାର୍ଥୀ ଇଲେକ୍ଟ୍ରିସିଆନ(ଅଟୋ)/ମେକାନିକ ଅଟୋ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ଟ୍ରେଡ୍ସରେ ଆଇଟିଆଇ କରିଥିବା ଆବଶ୍ୟକ ।
ଆୟୁ ସୀମା:-୧୮ ବର୍ଷରୁ ୨୫ ବର୍ଷ
କେମିତି କରିବେ ଆବେଦନ
ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଡିଟିସିର ଆଧିକାରୀକ ୱେବସାଇଟ୍ dtc.nic.in ବା dtc-rp.com ରେ ଯାଇ ଆବେଦନ କରିପାରିବେ ।