ଦୋକାନ ଗୃହରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଅଯୋଧ୍ୟା ଅଞ୍ଚଳରେ ଦୋକାନ ଗୃହରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଏହି ଅଞ୍ଚଳରେ ଥିବା ସନ୍ତୋଷ ଦାସ ଓରଫ କଟିନଙ୍କ ଶାନ୍ତିଲତା ଭେରାଇଟି ଷ୍ଟୋରରେ ଗତ ଶୁକ୍ରବାର ମଧ୍ୟରାତ୍ରିରେ ନିଆଁ ଲାଗି ଯାଇଥିଲା । ଫଳରେ ସଉଦା ଓ ଭେରାଇଟି ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଖବରପାଇ ନୀଳଗିରି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କଲା ବେଳକୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି । ତେବେ କୌଣସି ଶତ୍ରୁତା ରଖି କେହି ନିଆଁ ଲଗାଇ ଦେଇ ପାରିଥାଏ ବୋଲି ଆଲୋଚନା ହେଉଛି ।