ଏମିତି ଏକ ଦେଶ ଯେଉଁଠି ମହିଳାଙ୍କୁ ପ୍ରସବ ସମୟରେ କାନ୍ଦିବା ଓ ଚିତ୍କାର କରିବା ମନା
ମା’ଟିଏ ହିଁ ବୁଝିପାରେ ପ୍ରସବ ବେଦନା । ସନ୍ତାନକୁ ଗର୍ଭରେ ଧରିବା ପରଠାରୁ ଜନ୍ମ ଦେବା ପର୍ଯ୍ୟନ୍ତ ଅନେକ କଷ୍ଟ, ଅନେକ ଯନ୍ତ୍ରଣାକୁ ମା’ ହସି ହସି ସହି ଯାଇଥାଏ । ହୁଏତ ସେ କଷ୍ଟ ସହିବା ପାଇଁ ସେ କେତେ ଲୁହକୁ ଚାପି ଦେଇଥିବ । ସେ ଯନ୍ତ୍ରଣାକୁ ଏଡାଇବା ପାଇଁ ସେ ମିଛ ହସ ହସିଥିବ ।
ଏକ ବିରାଟ ଖୁସି ପାଇଁ ଛୋଟ ଛୋଟ କଷ୍ଟକୁ ଏଡାଇ ଦେବା ମା’ ପାଇଁ ସ୍ୱତଃସ୍ପୃତ ଏକ ପ୍ରକ୍ରିୟା । ହେଲେ ପ୍ରସବ ସମୟରେ ମହିଳାଙ୍କ କାନ୍ଦକୁ ଜୋର ଜବରଦସ୍ତ ବନ୍ଦ କରାଇପାରିବା କି ? କାନ୍ଦିବା, ଚିତ୍କାର କରିବା ଉପରେ କଟକଣା ଜାରି କରିପାରିବା ଉଚିତ ହେବ କି ?
କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏମିତି ବି ଦେଶ ଅଛି ଯେଉଁଠାରେ ପ୍ରସବ ସମୟରେ ମହିଳାମାନଙ୍କୁ କାନ୍ଦିବା ଏବଂ ଚିତ୍କାର କରିବାକୁ ବାରଣ କରାଯାଇଥାଏ । ଏଥିସହିତ ଏହା ଉପରେ କଟକଣା ମଧ୍ୟ ଲଗାଯାଇଛି । ଯାହାକୁ ଜାଣିଲେ ଯେକେହି ବି ଆଶ୍ଚର୍ଯ୍ୟ ଏବଂ ଚକିତ ହୋଇଯାଉଛି ।
ସୂଚନା ଅନୁଯାୟୀ, ନାଇଜେରିଆରେ ଏପରି ଏକ ସ୍ଥାନ ଅଛି । ଯେଉଁଠାରେ ପ୍ରସବ ସମୟରେ ମହିଳାମାନଙ୍କୁ କାନ୍ଦିବା ଏବଂ ଚିତ୍କାର କରିବାକୁ ବାରଣ କରାଯାଏ । ଏହା ସେଠାକାର ପରମ୍ପରା ବୋଲି ବିବେଚନା ମଧ୍ୟ କରାଯାଏ । ତେବେ ନାଇଜେରିଆରେ ହୌସା ସମୁଦାୟର ଲୋକମାନେ ପ୍ରସବ ସମୟରେ ମହିଳାମାନଙ୍କୁ ଚିତ୍କାର କରିବାକୁ ବାରଣ କରିଥାନ୍ତି । ଏହା ସେମାନଙ୍କ ସମୁଦାୟର ପରମ୍ପରା ବୋଲି କୁହାଯାଏ । ଏହି ଘଟଣାକୁ ନେଇ ନାଇଜେରିଆର ମୋଫୋଲୁବାକେ ଜୋନ୍ସ ତାଙ୍କ ନିଜ ଜୀବନର ଅଭିଜ୍ଞତା ବିଷୟରେ କହିଛନ୍ତି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ମୋଫୋଲୁବାକେ ଜୋନ୍ସ ଦୁଇଟି ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ସେ ତାଙ୍କ ପ୍ରଥମ ସନ୍ତାନକୁ ନାଇଜେରିଆରେ ଜନ୍ମ ଦେଇଥିଲେ । ଫଳରେ ସେଠାରେ ସନ୍ତାନ ଜନ୍ମ ହେଲା ସମୟରେ ତାଙ୍କୁ କାନ୍ଦିବାକୁ ବାରଣ କରାଯାଇଥିଲା । ଯାହାକି ସେ ଦେଶର ନିୟମ ବୋଲି କୁହାଯାଇଥିଲା । ତେବେ ସେଠିକାର ନିୟମ ଅନୁସାରେ ଜଣେ ମହିଳା ସନ୍ତାନକୁ ଜନ୍ମ ଦେବାବେଳେ ସେମାନଙ୍କୁ କାନ୍ଦିବାକୁ ମନା କରାଯାଏ ।
କାରଣ ଇସାଇ ଧର୍ମରେ ଇଶ୍ୱରଙ୍କ ପ୍ରତି ଅବଜ୍ଞା କରିଥିବାରୁ ମହିଳାଙ୍କୁ ଏପରି କଷ୍ଟ ସଜା ଆକାରରେ ମିଳିଥାଏ । ଏଠାରେ ଖୁବ୍ କମ୍ ବୟସରୁ ଝିଅମାନଙ୍କୁ ଶିକ୍ଷା ଦିଆଯାଇଥାଏ କି ପ୍ରସବ ସମୟରେ ଡରିବା , କାନ୍ଦିବା ଅତ୍ୟନ୍ତ ନିନ୍ଦନୀୟ । ଏପରିକି ଯେଉଁ ମହିଳା ପ୍ରସବ ସମୟରେ ଯେତେ କଷ୍ଟ ସହିପାରିବ, ସେ ମହିଳା ସେତେ ସକ୍ଷମ ବୋଲି ଗ୍ରହଣ କରାଯାଇଥାଏ ।