ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ମାମଲା ରୁଜୁ
ଆସାମ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବାରୁ ହାଇଦ୍ରାବାଦ ପୁଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରିଛି । ଶ୍ରୀ ଶର୍ମାଙ୍କ ବିରୋଧରେ ପ୍ରଥମେ ତେଲେଙ୍ଗାନା ପିସିସି ମୁଖ୍ୟ ରେଭନ୍ତ ରେଡ୍ଡୀ ପୁଲିସ୍ରେ ଅଭିଯୋଗ କରିଥିଲେ ।
ଏହି ଅଭିଯୋଗକୁ ଆଧାର କରି ହାଇଦ୍ରାବାଦ ସିଟିରେ ଥିବା ଜୁବଲି ହିଲ୍ସ ପୁଲିସ୍ ଷ୍ଟେସନରେ ମାମଲା ରୁଜୁ ହୋଇଛି । ସୂଚନା ଯୋଗ୍ୟ, କିଛି ଦିନ ତଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିବାକୁ ଯାଇ ହିମନ୍ତ ବିଶ୍ୱଶର୍ମା ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏଥିପାଇଁ ତାଙ୍କ ନାଁରେ ବିଭିନ୍ନ ରାଜ୍ୟରେ ଏଫଆଇଆର କରାଯାଇଥିଲା ।