ଭାରସାମ୍ୟ ହରାଇ ଗଛକୁ ପିଟିଲା କାର : ୩ ମୃତ, ଜଣେ ଗୁରୁତର

ଉମରକୋଟ : ନବରଙ୍ଗପୁର ଜିଲା ଉମରକୋଟ-ଝରିଗାଁ ରାସ୍ତାର ବାସିନୀ ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛକୁ ପିଟିହେଲା କାର। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଓ ଜଣେ ଗୁରୁତର । ଗୁରୁତରଙ୍କୁ ଉଦ୍ଧାର କରାଯାଏ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଯେ, ଗତ ଗୁରୁବାର ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ଭାରସମୟ ହରାଇ ଗଛକୁ ପିଟିଲା କାର । ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ ହୋଇଥିବା ବେଳେ ଓ ଜଣେ ଗୁରୁତର ହୋଇଛନ୍ତି । ମୃତକ ମାନେ ସମସ୍ତେ ପୁରୁଷ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ତରୁଲତା ବେପାରୀଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ନବରଙ୍ଗପୁର ଜିଲ୍ଲା ମୁଖ୍ଯ ଡାକ୍ତରଖାନାଙ୍କୁ ସ୍ଥାନାନ୍ତର କରାଯାଇଥିବା ପରେ ସେଠାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କୋରାଯଇଛି । ମୃତକ ମାନଙ୍କ ମଧ୍ୟ ରେ ରାଇଘର ଛତାବେଡ଼ା ଗ୍ରାମର ସୁରେଶ ମଣ୍ଡଳ , ରାଇଘର ସୋନପୁର ଗ୍ରାମର ଗୌରାଙ୍ଗ ରାୟ ହୋଇଥିବା ବେଳେ ଅନ୍ଯ ଜଣେ ଉମରକୋଟ ଥାନା ଅନ୍ତର୍ଗତ ଅଞ୍ଚଳା ଗ୍ରାମ ର ସତ୍ୟ ରଞ୍ଜନ ବେପାରୀ ବୋଲି ଜଣା ପଡିଛି।