ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଆରୋଗ୍ୟ କାମନା କରି ଗଡ଼ଚଣ୍ଡୀଙ୍କ ନିକଟରେ ସମୂହ ଦୀପଦାନ
କଟକ : ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଆରୋଗ୍ୟ କାମନା କରି କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଗଡଚଣ୍ଡୀଙ୍କ ନିକଟରେ ସମୂହ ଦୀପଦାନ କରାଯାଇଛି । ଶ୍ରୀ ଦେ ଦୀର୍ଘ ଦିନ ହେବ ଚିକିତ୍ସାଧିନ ରହିଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରି ଗଡଚଣ୍ଡୀ ମନ୍ଦିିରରେ ଏହି ଦୀପଦାନ କରାଯାଇଥିଲା । କଟକ ମହାନଗର ପୂଜା କମିଟି ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ସଂପାଦକ ଭିକାରି ଦାସ, ମଧୁସୂଦନ ସାହୁ, ଧର୍ମେଶ ନାୟକ ପ୍ରମୁଖଙ୍କ ସମେତ କମିଟିର ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ଏହି ଦୀପଦାନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ମା’ଙ୍କ ନିକଟରେ ଶ୍ରୀ ଦେଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।