ରାମଲୀଳାରେ ଅଭିନୟ କରିବେ କ୍ୟାବିନେଟ ମନ୍ତ୍ରୀ ଓ ଟିଭି ଅଭିନେତା
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ରାମଲୀଳା ଏଥର ବେଶ୍ ଆଡମ୍ବର ସହକାରେ ପାଳନ କରାଯିବ । ଖାସ୍ କଥାଟି ହେଲା, ଚଳିତ ବର୍ଷ ରାମଲୀଳାରେ କ୍ୟାବିନେଟ ମନ୍ତ୍ରୀ ଓ ଟିଭି କଳାକାର ନଜର ଆସିବେ । ମନ୍ତ୍ରୀ ଓ କଳାକାର ମିଶି ୧୦ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ରାମଲୀଳାକୁ ଜୀବନ୍ତ କରିବାକୁ ଚେଷ୍ଟା କରିବେ । କେବଳ ଏତିକି ନୁହେଁ ଏଥର ଦର୍ଶକଙ୍କୁ କର୍ତ୍ତବ୍ୟ ପଥ ମଡେଲ ଏବଂ ଆଜି ପର୍ଯ୍ୟନ୍ତର ସବୁଠୁ ବଡ଼ ମଞ୍ଚ ଦେଖିବାକୁ ମିଳିବ ।
ସୂଚନାଯୋଗ୍ୟ, ଚଳିତ ବର୍ଷ ରାମଲୀଳା ସେପ୍ଟେମ୍ବର ୨୬ରୁ ଆରମ୍ଭ ହେବ । ଏଥିଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି । ଏଥିସହିତ ବାହୁବଳୀ ଫେମ୍ ପ୍ରଭାସ ଏଥର ଦଶହରାରେ ରାବଣର ପୁତୁଳାକୁ ଜଳାଇବେ ।