ବାଲିଆପାଳରେ ବ୍ଲକସ୍ତରୀୟ ଦିନିକିଆ ମେଗା ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ
ବାଲିଆପାଳ : ବାଲିଆପାଳ ବ୍ଲକର ଜଗତିପୁର ପଞ୍ଚାୟତର କରଞ୍ଜ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବାଲେଶ୍ୱର ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟାରେ ବ୍ଲକସ୍ତରୀୟ ଏକ ଦିନିଆ ମେଗା ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ବେଣୁଧର ହୋଇଙ୍କ ପରିଚାଳନାରେ ଅନୁଷ୍ଠିତ ମେଗା ସ୍ୱାସ୍ଥ୍ୟମେଳାକୁ ବାଲେଶ୍ୱର ଏମ୍ପି ଶ୍ରୀ ଷଡ଼ଙ୍ଗୀ ଉଦ୍ଘାଟନ କରି କହିଥିଲେ ଯେ, ଗ୍ରାମାଞ୍ଚଳର ଲୋକମାନଙ୍କ ପାଖକୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ମେଳାର ମୁଖ୍ୟ ଉଦ୍ଦେଶ୍ୟ । ଏହି ମେଳାରେ ସବୁ ପ୍ରକାର ଚିକିତ୍ସା ସହିତ ଦୋରାରୋଗ୍ୟର ଚିକିତ୍ସା କରିବାର ବ୍ୟବସ୍ଥା କରାଯାଇଥିଲା । ପର୍ଯ୍ୟାୟ କ୍ରମେ ଜିଲାର ସମସ୍ତ ବ୍ଳକରେ ସ୍ୱାସ୍ଥ୍ୟ ମେଳା କରାଯିବ ବୋଲି ଏମ୍ପି ଶ୍ରୀ ଷଡ଼ଙ୍ଗୀ କହିଥିଲେ ।
ଏହି ମେଳାରେ ବାଲିଆପାଳ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବିଜନ ନାୟକ, ଜିଲା ଜନ ସ୍ୱାସ୍ଥ୍ୟ ଅଧିକାର ଡା. ମୃତ୍ୟଞ୍ଜୟ ମିଶ୍ର, ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡ଼ିକାଲ ଅଫିସର ଡା. ନିୟୁଶ୍ରୀ ପାଣି, ବାଲିଆପାଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ଜଗତିପୁର ସରପଞ୍ଚ ସୁବାସ ବେହେରା, ସମିତି ସଦସ୍ୟ ଶାନ୍ତନୁ ମହାପାତ୍ର, ଏମ୍ପିଙ୍କ ପ୍ରତିନିଧି ମହେଶ୍ୱର ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳସେନ ଜଗଦେବ ଏବଂ ଜିଲା ପ୍ରକଳ୍ପ ପରିଚାଳକ ଅନିଲ କୁମାର ମହାନ୍ତି ଶିବିର ପରିଦର୍ଶନ କରିଥିଲେ । ପିଏଇଚଇଓ ଝୁନାବାଳା ଦେ, ସୁପରଭାଇଜର ରମାନଥା କର, ଫାର୍ମାସିଷ୍ଟ ରତୀନ୍ଦ୍ର ନାଥ ପରିଡା, ବିପିଏମ୍ ଦୟାନିଧି ନାୟକ ସହଯୋଗ କରିଥିଲେ । ସ୍ୱାସ୍ଥ୍ୟ ଶିବିରରେ ଡା. ସରୋଜିନୀ ପଣ୍ଡା, ଡା. ରଶ୍ମିତା ସ୍ୱାଇଁ, ଡା. ପ୍ରେମକାନ୍ତ ମହାନ୍ତି, ଡା. ସୌମ୍ୟ ରଞ୍ଜନ ଷଡ଼ଙ୍ଗୀ, ଡା. ନିର୍ମାଲ୍ୟ ମହାପାତ୍ର, ଡା. ସପନ କୁମାର ମହାନ୍ତି, ଡା. ରାଜେନ୍ଦ୍ର ସାହୁ, ଡା. ଶ୍ରୀକାନ୍ତ ଆଚାର୍ଯ, ଜ୍ୟୋତି ନାରାୟଣ ପୁହାଣ, ଡା. ମାନିକ ରତନ ପ୍ରଧାନ, ଡା. ସତ୍ୟରଞ୍ଜନ ପାଣିଗ୍ରାହୀ, ଡା. ସୁଜାତା ଷଡ଼ଙ୍ଗୀ, ଡା. ପିୟୁଶ ପ୍ରକାଶ ମହାପାତ୍ର, ଡା. ଅସିତ କୁମାର ବିଶ୍ୱାଳ, ଡା. ରଞ୍ଜନ କୁମାର ନାୟକ, ଡା. ହରିପଦ ଦାସ, ଡା. ସୁପ୍ରିୟ ରଞ୍ଜନ ଶାନ୍ତରା, ଡା. ଅନାଦି ଚରଣ ପାତ୍ର ପ୍ରମୁଖ ରୋଗୀ ମାନଙ୍କର ବିଭିନ୍ନ ପ୍ରକାରର ରୋଗ ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ । ଜୀବନ କୃଷ୍ଣ ପାଢ଼ୀ, ଅଲିଭାମୟୀ ପଟାୟତ, ତପନ କୁମାର ପାତ୍ର ପ୍ରମୁଖ ଅନ୍ୟାନ୍ୟ ବିଷୟରେ ଯଥା ଯୋଗ ୟୁନାନୀ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ । ଶିବିରରେ ୧୨୬୬ ରୋଗୀଙ୍କ ରୋଗ ପରୀକ୍ଷା ସହିତ ଆବଶ୍ୟକ ସ୍ଥଳେ ବିଭିନ୍ନ ନମୁନା ପରୀକ୍ଷା ମଧ୍ୟ କରାଯାଇଥିଲା । ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ସହଯୋଗରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଭାଜପା ନେତା ଅଜୟ କୁମାର ସାହୁ, ଅରବିନ୍ଦ ବେହେରା, ନାରାୟଣ ପଣ୍ଡା, ଦେବାନନ୍ଦ ପିଳା, ଜୟନ୍ତ ଦାସ, ଖିତିଶ ଜେନା ପ୍ରମୁଖ ଏମ୍ପି ଶ୍ରୀ ଷଡଙ୍ଗୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।