ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ୨୪ ଘଂଟିଆ କଂଟ୍ରୋଲ ରୁମ

ହେଲ୍ପ ଲାଇନ ନମ୍ବର ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ୟୁକ୍ରେନରେ ଫସି ରହିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ସ୍ବତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ଯୁଗ୍ମ ରିଲିଫ କମିସନର ପଦ୍ମନାଭ ବେହେରା ସମନ୍ୱୟ ରକ୍ଷା କରିବେ । ଜାରି କରାଯାଇଥିବା ଯୋଗାଯୋଗ ନମ୍ବର ହେଉଛି ୯୪୩୭୮୮୧୨୪୫ । ଟୋଲ ଫ୍ରି ନମ୍ବର ହେଲା- ୦୬୭୪-୧୫୩୪୧୭୭ ଏବଂ ୭୬୮୨୯୯୮୨୬୬୮ । ଦିନ ୧୦ରୁ ରାତି ୭ଟା ଯାଏ କାର୍ଯ୍ୟ କରିବ କଣ୍ଟ୍ରୋଲରୁମ ।
ୟୁକ୍ରେନ ଉପରେ ରୁଷର ସାମରିକ ଆକ୍ରମଣ ପରେ ସେଠାରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ସେମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।