ଫେବୃଆରୀ ୧୫ରୁ ସିବିଏସ୍ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା
ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେସନ (ସିବିଏସ୍ଇ) ପକ୍ଷରୁ ସିବିଏସ୍ଇ ବୋର୍ଡ ପରୀକ୍ଷାର ସୂଚୀ ଜାରି କରାଯାଇଛି। ଫେବୃଆରୀ ୧୫ରୁ ସିବିଏସ୍ଇର ଦଶମ ଓ ଦ୍ବାଦଶ ଶ୍ରେଣୀ ପରକ୍ଷା ଆରମ୍ଭ ହୋଇ ୫ ଏପ୍ରିଲ ଯାଏ ଚାଲିବ। ତେବେ ଜାନୁଆରୀ ୨ ରୁ ୧୪ ତାରିଖ ଯାଏ ପ୍ରକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦.୩୦ମିନିଟରୁ ଆରମ୍ଭ ହେବ ପରୀକ୍ଷା । ଏ ନେଇ ପିଲାମାନେ cbse.gov.inକୁ ଯାଇ ପରୀକ୍ଷା ତାରିଖ ଓ ସମୟ ବିଷୟରେ ଜାଣି ପାରିବେ।
ବୋର୍ଡର ଘୋଷଣା ଅନୁଯାୟୀ, ଆସନ୍ତା ଫେବୃଆରୀ ୧୫ରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ୧୦ମ ପରୀକ୍ଷା ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ ଯାଏ ଚାଲିବ। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହେବ ଓ ଏପ୍ରିଲ ୫ରେ ସରିବ। ଉଭୟ ଶ୍ରେଣୀର ପରୀକ୍ଷା ସକାଳ ୧୦.୩୦ରେ ଆରମ୍ଭ ହେବ ଓ ୧.୩୦ରେ ଶେଷ ହେବ। ପରୀକ୍ଷା ପ୍ରଶ୍ନପତ୍ର ପଢ଼ିବା ପାଇଁ ଉଭୟ କ୍ଲାସର ପିଲାଙ୍କୁ ୧୫ ମିନିଟ୍ ସମୟ ଦିଆଯିବ। ଏହାପରେ ସେମାନେ ଉତ୍ତର ଲେଖିବା ଆରମ୍ଭ କରିବେ। ସେହିପରି ପ୍ରାଟିକାଲ ପରୀକ୍ଷା ଜାନୁଆରୀ ୨ରୁ ଆରମ୍ଭ ହୋଇ ଫେବୃଆରୀ ୧୪ରେ ସରିବ। ଏହାର ପରଦିନ ଅର୍ଥାତ୍ ୧୫ ତାରିଖରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ। ବିଭିନ୍ନ ପ୍ରବେଶିକା ପରୀକ୍ଷା ବିଶେଷ କରି ଜେଇଇ ମେନ୍କୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଥିବା ଜଣାପଡ଼ିଛି।