ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହ
ହଳଦୀପଦା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ବଜାର ରାଇସୁଆଁ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହ ସୋମବାର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ମେଡିକାଲ ଅଫିସର ଡା. ଅସୀତ କୁମାର ପ୍ରଧାନ ଯୋଗଦେଇ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । ପ୍ରାକ୍ତନ ସିଆର୍ସିସି ଶରତ ଚନ୍ଦ୍ର ଜେନା ଉଦ୍ଘାଟନୀ ଉତ୍ସବରେ ପୌରାହିତ୍ୟ କରିଥିଲେ । ମୁଖ୍ୟବକ୍ତା ଅବସରପ୍ରାପ୍ତ ବିଇଓ ଜୟନ୍ତ କୁମାର ପାଣିଗ୍ରାହୀ, ସମ୍ମାନୀତ ଅତିଥି ଲିଙ୍ଗରାଜ ନାୟକ ପ୍ରମୁଖ ଯୋଗଦେଇ ନୈତିକ ଶିକ୍ଷା ହିଁ କୁନି ପିଲାଙ୍କୁ ଗଢି ତୋଳେ ବୋଲି କହିଥିଲେ । ସମାଜସେବୀ ଶାନ୍ତିଲତା ଦାସଙ୍କ ତତ୍ତ୍ୱାବଧାନରେ ଛାତ୍ରୀଛାତ୍ର ସ୍ୱଚ୍ଚଭାରତ କାର୍ଯ୍ୟକ୍ରମ କରିଥିଲେ ।
କମିଟି ସମ୍ପାଦକ କ୍ଷିତୀଶ କୁମାର ଜେନାଙ୍କ ପୌରାହିତ୍ୟରେ ସନ୍ଧ୍ୟା ଅଧିବେଶନ ହୋଇଥିଲା । ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଯୋଗ ଦେଇ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ମୁଖ୍ୟ ବକ୍ତା ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରଦୀପ ଦାସ, ସମ୍ମାନୀତ ଅତିଥି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଉତ୍କଳ ଶିକ୍ଷା ପରିଷଦର ସମ୍ପାଦକ ଯୋଗେନ୍ଦ୍ର ଦାସ, ଅବସରପ୍ରାପ୍ତ ଏସ୍ପି ଜୟନାରାୟଣ ରଣା ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ ରତିକାନ୍ତ ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱାରା ବିବେକଶ୍ରୀ ମୁଖପତ୍ର ଉନ୍ମୋଚିତ ହୋଇଥିଲା । କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର, ପୁରସ୍କାର ବିତରଣ କରାଯାଇଥିଲା । କମିଟି ସଭାପତି ଶୀତିକଣ୍ଠ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁମା ଗୁରୁଜୀ ଉତ୍ସବ ପରିଚାଳନା କରିଥିଲେ ।