ଭାରତରୁ ଓମିକ୍ରୋନର ସବ୍-ଭାରିଏଣ୍ଟ ବୀଏଫ.୭ ଚିହ୍ନଟ
ନୂଆଦିଲ୍ଲୀ : ଚୀନରେ କରୋନା ମାମଲା ବଢ଼ାଇଥିବା ଓମିକ୍ରୋନର ସବ ଭାରିଏଣ୍ଟ ବୀଏଫ .୭ର ୪ଟି ମାମଲା ଭାରତରେ ସାମ୍ନାକୁ ଆସିଛି । ଗୁଜରାଟର ଜୈବ ପ୍ରାଦ୍ୟୋଗିକ ଅନୁସନ୍ଧାନ କେନ୍ଦ୍ର ଭାରତରେ ବୀଏଫ .୭ର ପ୍ରଥମ ମାମଲା ଚିହ୍ନଟ କରିଥିଲା । ବର୍ତ୍ତମାନ ସୁଦ୍ଧା ଗୁଜରାଟରେ ୨ଟି ଓ ଓଡ଼ିଶାରେ ଗୋଟିଏ ଏହି ଭାରିଏଣ୍ଟ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଗୁଜରାଟର ୨ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିବା ପରେ ସୁସ୍ଥ ଥିବା ନେଇ ଗୁଜରାଟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଓମିକ୍ରୋନ ସବ ଭାରିଏଣ୍ଟ ବୀଏଫ .୭ର ପ୍ରଥମ ମାମଲା ଜୁଲାଇରେ, ୨ଟି ମାମଲା ସେପ୍ଟେମ୍ବର ଓ ଆଉ ଏକ ମାମଲା ନଭେମ୍ବରରେ ସାମ୍ନାକୁ ଆସିଥିଲା ।