ଶୋପିଆନ୍ରେ ଏନକାଉଣ୍ଟର, ୩ ଲସ୍କର-ଏ-ତୈବା ଆତଙ୍କବାଦୀ ମୃତ
ଶ୍ରୀନଗର: ଜମ୍ମୁ କାଶ୍ମୀରର ଶୋପିଆନ୍ରେ ସୁରକ୍ଷାବଳଙ୍କ ଏନକାଉଣ୍ଟର । ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲାର ମୁଞ୍ଜ୍ ମାର୍ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀର ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ୩ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଏମାନେ ଲସ୍କର-ଏ-ତୈବାର ଆତଙ୍କବାଦୀ ସଂଗଠନର ବୋଲି ଜଣାପଡ଼ିଛି । ସେମାନଙ୍କ ଠାରୁ ଏକେ-୪୭ ସହ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି ।
ସୂଚନା ଯେ, ମଙ୍ଗଳବାର ସକାଳୁ ସକାଳୁ ଜାମ୍ମୁ-କାଶ୍ମୀରର ସୋପିଆନ୍ ସେକ୍ଟରେ ଏନକାଉଣ୍ଟ ହୋଇଛି । ସୋପିଆନ୍ ଜିଲାରେ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ଅପରେସନ ଆରମ୍ଭ କରିଥିଲା ସେନା । ସେନାକୁ ଦେଖି ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ସୁରକ୍ଷାବଳର ପାଲଟା ଆକ୍ରମଣରେ ୩ଜଣ ଆତଙ୍କୀ ଟଳିପଡ଼ିଛନ୍ତି । ସୁରକ୍ଷାବଳ ଆତଙ୍କବାଦୀଙ୍କ ବଡ଼ ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛନ୍ତି । ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ଜଣଙ୍କ ପରିଚୟ ମିଳିଛି । ଆତଙ୍କୀ ଲତିଫ୍ ଲୋନ୍ ସୋଫିଆନ୍ ଜିଲାର ବାସିନ୍ଦା । ସେ କାଶ୍ମିର ପଣ୍ଡିତ୍ ପୁରାଣ କୃଷ୍ଣ ଭଟ୍ଟ୍ ହତ୍ୟା ମାମଲାରେ ସାମିଲ ଥିଲା । ଅନ୍ୟଜଣେ ଅନନ୍ତନାଗର ଉମର ନାଜିର । ସେ ନେପାଳର ତେଲ ବାହାଦୁର ଥାପା ହତ୍ୟାରେ ସମ୍ପୃକ୍ତ ଥିଲା । ଆତଙ୍କବାଦୀଙ୍କ ପାଖରୁ ଗୋଟିଏ ଏକେ-୪୭ ରାଇଫଲ ଏବଂ ୨ଟି ପିସ୍ତଲ ଜବତ କରିଛି ସେନା । ସୁରକ୍ଷାବଳ ମୁଝା ମାର୍ଗକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି ।