ଶ୍ରୀମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ
କଟକ : ଭଗତପୁରସ୍ଥିତ ଶ୍ରୀମା ସରସ୍ୱତୀ ଶିଶୁ ମନ୍ଦିରର ୧୯ତମ ବାର୍ଷିକ ଉତ୍ସବ ଟାଉନହଲସ୍ଥିତ କର୍ମବୀର ଗୈାରୀଶଙ୍କର ରାୟ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ କିଶୋର ଚନ୍ଦ୍ର ଦାସ, ଭଗତପୁର ସାହି କମିଟିର ସଭାପତି ବିବେକାନନ୍ଦ ପାତ୍ର, ସାହି କମିଟିର ସଂପାଦକ ଭବାନୀ ଶଙ୍କର ମହାରଣା, ୨୮ ନଂ ୱାର୍ଡ କର୍ପୋରେଟର ବନଲତା ପ୍ରଧାନ, ୨୭ ନଂ କର୍ପୋରେଟର ଇତିଶ୍ରୀ ଦାସ ଓ ଡଃ କ୍ଷୀରୋଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନମିତା ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଆଚାର୍ଯ୍ୟ ହରିହର କ୍ୟାନସର ବିଭାଗ ଆସୋସିଏଟ ପ୍ରଫେସର ଡା. ଦିପ୍ତୀରାଣୀ ସାମନ୍ତ ଏବଂ ମୁଖ୍ୟବକ୍ତା ଭାବେ ଶୈଳବାଳା ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ସୁରେଖା ସୁନ୍ଦରୀ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଦେବସ୍ନାନ ଦାସ, ଡା. ରବିରଂଜନ ସାହୁ, ବିଦ୍ୟାବିକାଶ ସମିତି ସାଧାରଣ ସଂପାଦକ ଯୋଗେନ୍ଦ୍ରନାଥ ବସ୍ତିଆ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପକ ଅଶୋକ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟା ସୁଜାତା ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶିକ୍ଷାବିତ୍ ସନ୍ୟାସିନୀ ବିଦ୍ୟୁତ କୁମାରୀ ଲାଲା ଓ ଶଲ୍ୟ ଚିକିତ୍ସକ ଡା. ରମେଶ ଚନ୍ଦ୍ର ଦାସଙ୍କୁ ଶ୍ରୀମା ସେବା ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଗୁରୁମା ଜ୍ୟୋତ୍ସ୍ନାରାଣୀ ପୃଷ୍ଟି ଧନ୍ୟବାଦ ଦେଇଥିଲେ ।