ବିଜେଡିର ପ୍ରତିଷ୍ଠା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ
କଟକ : ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଚୌଦ୍ୱାର କଟକ ବିଜେଡି ପକ୍ଷରୁ ୩୫ନଂ ୱାର୍ଡ ସଭାପତି ପବିତ୍ର କୁମାର ଭୂୟାଁଙ୍କ ନେତୃତ୍ୱରେ ରାଣୀହାଟ ସ୍ଥିତ ବଳଦେବଜିୟୁ ମନ୍ଦିର ପ୍ରଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚୌଦ୍ୱାର କଟକର ପ୍ରାକ୍ତନ ବିଧାୟକ ଡଃ ପ୍ରଭାତ ବିଶ୍ୱାଳ ଉପସ୍ଥିତ ରହି ବିଜେଡିର ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏଥିସହିତ ସର୍ବସମ୍ମତି ନିଷ୍ପତିକ୍ରମେ ବିକ୍ରମ ବାରିକଙ୍କୁ ଓଡିଶା ମୋ ପରିବାରର ୩୫ନଂ ୱାର୍ଡ ସଭାପତି ଭାବେ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୱାର୍ଡ ପର୍ଯ୍ୟବେକ୍ଷକ ମନୋଜ ସେଠୀ, କଟକ ନଗର ବିଜେଡି ଉପ-ସଭାପତି ରାଜେନ୍ଦ୍ର ରଣା, ସାଧାରଣ ସମ୍ପାଦକ ତାପସ ମହାନ୍ତି, ସ୍ଥାନୀୟ ମୁରବୀ ପ୍ରମୋଦ ଦାସ, ଦିନେଶ ମହାପାତ୍ର, ପ୍ରତାପ ସାହୁ, ଜିତୁ ନିମାଁଇ, ଦିଲ୍ଲିପ ଜେନା, ମହିଳାମାନଙ୍କ ମଧ୍ୟରେ କଟକ ଜିଲ୍ଲା ବିଜେଡି ମହିଳା ସାଧାରଣ ସମ୍ପାଦିକା ଦିପାଳୀବାଳା ଭୂୟାଁ, ୩୫ନଂ ୱାର୍ଡ ବିଜେଡି ମହିଳା ସଭାପତି ସନ୍ତୋଷୀ ସ୍ୱାଇଁ, ମମତା ବେହେରା, ସୁଜାତା ପଲେଇ, କୁନିଲତା ସାହୁ, ମମତା ବାରିକ, ପାର୍ବତୀ ସାହୁ, ନର୍ମଦା ନାୟକଙ୍କ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଯୁବନେତା ସୁବ୍ରତ ସାହୁ ଧନ୍ୟବାଦ ଦେଇଥିଲେ ।