ଗାମ୍ବିଆରେ ପିଲାମାନଙ୍କ ମୃତ୍ୟୁ ପାଇଁ ଭାରତୀୟ କଫ ସିରଫ ଦାୟୀ ନୁହେଁ : ଭାରତ
ନୂଆଦିଲ୍ଲୀ : ଭାରତ ର ଡ୍ରଗ କଂଟ୍ରୋଲ ଗାମ୍ବିଆରେ ହୋଇଥିବା ପିଲାମାନଙ୍କ ମୃତ୍ୟୁ ପାଇଁ ଭାରତରେ ନିର୍ମିତ କଫ ସିରଫ ଦାୟୀ ବୋଲି ନିଷ୍କର୍ସ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କୁ ଚିଠି ଲେଖିଛନ୍ତି । ଡ୍ରକ କଂଟ୍ରୋଲର ଅଫ ଇଣ୍ଡିଆ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)କୁ ଲେଖିଛନ୍ତି ଯେ, ପିଲାମାନଙ୍କର ଦୁଃଖଦ ମୃତ୍ୟୁ ଘଟଣାର ଅନୁସନ୍ଧାନ ନ କରି ଭାରତୀୟ କମ୍ପାନୀ ଦ୍ୱାରା ନିର୍ମିତ କାଶ ସିରପକୁ ସାମ୍ନାକୁ ଆଣିବା ଠିକ୍ ନୁହେଁ । ଭାରତୀୟ ଏଜେନ୍ସି ମେଡ଼େଲ ଫାର୍ମାସ୍ୟୁଟିକାଲ ଦ୍ୱାରା ନିର୍ମିତ ଚରୋଟି କାଶ ଏବଂ ଥଣ୍ଡା କାଶ ସିରପକୁ ସମସ୍ତ ନମୁନାକୁ ସରକାରୀ ଲାବୋରେଟୋରୀକୁ ପରୀକ୍ଷଣ ପାଇଁ ପଠାଇଛି ଏବଂ ଏହି ଚାରିଟି ଉତ୍ପାଦ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମାନକ ଗୁଣବତା ବୋଲି ଜଣାପଡ଼ିଛି । ଔଷଧ ନିୟନ୍ତ୍ରକ ଲେଖିଛନ୍ତି ଯେ ଔଷଧ ଏବଂ ପ୍ରସାଧନ ସାମଗ୍ରୀର ଗୁଣାତ୍ମକ ନିୟନ୍ତ୍ରଣରେ ଉତ୍ପାଦନର ସର୍ବୋଚ୍ଚ ମାନ ବଜାୟ ରଖିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ । କିନ୍ତୁ ଗାମ୍ବିଆରେ ମୃତ୍ୟୁ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜାରି କରାଯାଇଥିବା ସତର୍କତାକୁ ବିଶ୍ୱ ଗଣମାଧ୍ୟମ ଅତ୍ୟଧିକ ମାତ୍ରାରେ ବଢ଼ାଇ ଦେଇଛି । ଅନୁସନ୍ଧାନ ବିନା ସିଦ୍ଧାନ୍ତ ନେବା ଠିକ୍ ନୁହେଁ ।