ପୋଲିସ ଇନଫର୍ମର ସନ୍ଦେହରେ ଯୁବକକୁ ହତ୍ୟା କଲେ ନକ୍ସଲ
ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । ପୁଲିସ ଇନଫରମରର ଦର୍ଶାଇ ନକ୍ସଲ ଜଣେ ଯୁବକକୁ ହତ୍ୟା କରିଛନ୍ତି ।
ଦନ୍ତେୱାଡା ଜିଲାର ମାଲେବାହୀ ଥାନା ଅଂଚଳର ଯୁବକ ଜୟରାମ କଶ୍ୟପ କିଛି ଦିନ ତଳେ କଚନାର ଅଂଚଳକୁ ବୁଲିବାକୁ ଯାଇଥିଲା । ତେବେ ଗତ ଦୁଇ ଦିନ ତଳେ ନକ୍ସଲ ଜୟରାମ କଶ୍ୟପକୁ ଅପହରଣ କରି ନେଇଥିଲେ । ପରେ ଜଂଗଲରେ ପ୍ରଜାକୋର୍ଟ ବସାଇ ଜୟରାମକୁ ପୁଲିସ ଇନଫର୍ମର ଦର୍ଶାଇଥିଲେ । ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡେ ଦାବ ପାଇଁ ନିଷ୍ପତି ପରେ ଜୟରାମକୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରି ମାଲେବାହୀ ଛକ ନିକଟରେ ଫିଙ୍ଗି ଚାଲିଯାଇଥିଲେ । ଶବ ନିକଟରେ ଏକ ଚିଠି ମଧ୍ୟ ଛାଡି ଦେଇ ଚାଲିଯାଇଥିଲେ । ଶୁକ୍ରବାର ସକାଳେ ଗ୍ରାମବାସୀ ଜୟରାମର ଶବକୁ ଚିହ୍ନିବା ପରେ ପୁଲିସକୁ ଖବର ଦେଇଥିଲେ ।