ଡିକି ଭାଙ୍ଗି ଲୁଟି ନେଲେ ୧ଲକ୍ଷ ୫୭ହଜାର ଟଙ୍କା
ଆନନ୍ଦପୁର : କେନ୍ଦୁଝର ଜିଲା ଘଷିପୁରା ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ମୋବାଇଲ୍ ଦୋକାନ ସମ୍ମୁଖରେ ଲୁଟ । ବ୍ୟବସାୟୀ ଜଣକ ମୋବାଇଲ୍ ଦୋକାନକୁ ଯିବା କ୍ଷଣି ଦୋକାନ ବାହାରେ ଛିଡା ହୋଇଥିବା ସ୍କୁଟିର ଡିକି ଭାଙ୍ଗି ଦୁର୍ବୃତ୍ତମାନେ ଆଖି ପିଛୁଳାକେ ଲୁଟି ନେଲେ ୧ ଲକ୍ଷ ୫୭ ହଜାର ଟଙ୍କା। ଲୁଟ୍ର ଶିକାର ବ୍ୟବସାୟୀ ଜଣକ ଘସିପୁରା ଥାନା ନଦୁଆଁ ଗ୍ରାମର ତ୍ରିଲୋଚନ ସାହୁ।
ସୂଚନା ଯେ, ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ନିଜ ଘରେ ୧ଲକ୍ଷ ଟଙ୍କା ଓ ଘସିପୁରା ଶାଖା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ଥିଲେ। ସେଥି ମଧ୍ୟରୁ କିଛି ଟଙ୍କା ବ୍ୟାଙ୍କ ଅଫ ଇଣ୍ଡିଆ ଘଷିପୁରା ଶାଖାରେ ଜମା କରିବା ପରେ ବଳକା ୧ଲକ୍ଷ ୫୭ହଜାର ଟଙ୍କା ସ୍କୁଟି ଡିକିରେ ରଖି କିଛି ସମୟ ପାଇଁ ମୋବାଇଲ୍ ଦୋକାନ ଭିତରକୁ ଯାଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ସ୍କୁଟି ଡିକି ଭାଙ୍ଗି ଟଙ୍କା ନେଇ ପଳାଇଥିଲେ। ଅଭିଯୋଗ ପରେ ଘସିପୁରା ପୋଲିସ୍ ତୁରନ୍ତ ତନାଘନା ଆରମ୍ଭ କରିଛି। ଉଭୟ ବ୍ୟାଙ୍କ ଓ ମୋବାଇଲ୍ ଦୋକାନ ସିସିଟିଭିକୁ ଯାଞ୍ଚ କରିବାପରେ କେତେକ ଅଜଣା ବ୍ୟକ୍ତିଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି।