ଶୀତଦିନେ ଏହି ଉପାୟରେ ନିଅନ୍ତୁ ନବଜାତକଙ୍କ ଯତ୍ନ ! ଜାଣନ୍ତୁ ପ୍ରକ୍ରିୟା
ଶୀତ ଦିନରେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ଦେବା ନିତ୍ୟାନ୍ତ ଆବଶ୍ୟକ। ନଚେତ ଥଣ୍ଡା ଜନିତ ସମସ୍ୟା ଲାଗି ରହିଥାଏ। ବିଶେଷ କରି ନବଜାତ ଶିଶୁ । ଶୀତ ଦିନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନିହାତି ଯତ୍ନବାନ ହେବ ଆବଶ୍ୟକ । ନଚେତ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଜାଣନ୍ତୁ ଏହା ବିଷୟରେ….
ନବଜାତ ଶିଶୁ ପ୍ରଥମ ଶୀତରେ ଖାପଖୁଆଇବା ସାମାନ୍ୟ କଷ୍ଟକର ହୁଏ। ମା’ମାନେ ଏହି ଋତୁରେ ଶିଶୁର ଯତ୍ନ ଭଲଭାବେ ନେବା ଦରକାର।
ବାପା-ମା’ମାନେ ଭାବନ୍ତି ଯେ ଶୀତ ଅଧିକ ହେଉଛି, ଏଣୁ ପିଲାକୁ ଗରମ କପଡ଼ାରେ ସବୁବେଳେ ଘୋଡ଼ାଇ ରଖନ୍ତି। ଏମିତି କଲେ ନବଜାତର ପେଟ ଗରମ ହୋଇ ଖାଦ୍ୟ ହଜମ ହୁଏନି। ଏପରିକି ପିଲାକୁ ଅଧିକ ସମୟ ଘୋଡ଼ାଇ ରଖିଲେ, ନିଶ୍ବାସ ନେବାରେ ମଧ୍ୟ ଅସୁବିଧା ହୁଏ।
ଡାକ୍ତରଙ୍କ ପରାମର୍ଶ ନେଇ ଶୀତଦିନେ ନବଜାତଙ୍କୁ ଦିଆଯାଉଥିବା ସବୁ ଟୀକା ଦେଇଦେବା ଭଲ। ଟୀକା ଦେବା ପରେ ପିଲାକୁ ଥଣ୍ଡା, କାଶ ହେବାର ଭୟ ରହେନି।
ଶୀତରେ ନଖଉଷୁମ ପାଣିରେ ପ୍ରତିଦିନ ପିଲାକୁ ପୋଛିଦେବେ।
ତା’ ସହ ସକାଳ ସୂର୍ଯ୍ୟକିରଣରେ ପିଲାକୁ ଯେତେ ଅଧିକ ସମୟ ବୁଲାଇପାରିବେ, ତା’ ସ୍ବାସ୍ଥ୍ୟ ପାଇଁ ଭଲ।
ଶରୀରରେ ଭିଟାମିନ୍ ଡି ଜନିତ କୌଣସି ଅସୁବିଧା ଦେଖାଯିିବନି।
ଶୀତରେ ନବଜାତ ଶିଶୁର ଯତ୍ନ ଠିକ୍ ଭାବେ ନ ନେଲେ ଆଖି ସଂକ୍ରମଣ ବଢ଼ିବାର ଭୟ ଥାଏ।