ନୂଆବର୍ଷ ଦିନ କିଣନ୍ତୁ ଏହି ଖାସ ଜିନିଷ, ହୋଇଥାଏ ଧନ ବର୍ଷା
ଆପଣ ମାନଙ୍କୁ ନୂଆବର୍ଷରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏଭଳି ଜିନିଷ ପାଖରେ ରଖିବା ଦ୍ଵାରା ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହି ଖାସ ଜିନିଷ ଆପଣ ନୂଆବର୍ଷରେ ନିଜ ପାଖରେ ରଖି ପାରିବେ। ଯାହାଫଳରେ ଆପଣଙ୍କ ଜୀବନ ସୁଖମୟ ରହିବା ସହିତ ସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ।
ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କେଉଁ ଜିନିଷ ନୂଆବର୍ଷରେ କେଉଁ ଜିନିଷ ଘରକୁ ଆଣିବା ଦ୍ଵାରା ଆପଣଙ୍କର ଆର୍ଥିକ ସଙ୍କଟ ଦୂର ହେବା ସହିତ ଭାଗ୍ୟ ବୃଦ୍ଧି ହେବ। ନୂଆବର୍ଷର ପୂର୍ବଦିନ ଆପଣ ରୁପାର କୌଣସି ବସ୍ତୁ କ୍ରୟ କରି ପାରିବେ। ଏହା ଅତ୍ୟନ୍ତ ଶୁଭ ଅଟେ। ଷ୍ଟିଲ ବାସନ ମଧ୍ୟ ଘରକୁ ଆଣି ପାରିବେ। କାରଣ ଷ୍ଟିଲ ସହିତ ରାହୁ ଓ କେତୁ ଗ୍ରହର ସମ୍ବନ୍ଧ ରହିଛି।
ନୂଆବର୍ଷରେ ଘରକୁ ପିତ୍ତଳ, ତମ୍ବା, ରୂପା ଧାଟିର କଇଁଛ ଆଣି ପାରିବେ। ଏହା ଘରେ ରହିଲେ ପରିବାର ଲୋକଙ୍କର ଭାଗ୍ୟ ବୃଦ୍ଧି ହୋଇଥାଏ ଏବଂ ଆର୍ଥିକ ରୂପରେ ପ୍ରଗତି ହୋଇଥାଏ। ଦୁନିଆର ସବୁଠାରୁ ଶୁଭ ବସ୍ତୁ ମଧ୍ୟରେ ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତିକୁ ଗଣା ଯାଇଥାଏ। ତେଣୁ ଘରେ ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ରହିଲେ ସୁଖଶାନ୍ତି ବୃଦ୍ଧି ହୋଇଥାଏ। ଏହି ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତିକୁ ଘରର ମୁଖ୍ୟ ଫାଟକ ସାମ୍ନା ଭିତରକୁ ରଖନ୍ତୁ, ଯେପରି ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପ୍ରଥମ ନଜର ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ଉପରେ ପଡିବ।
ନୂଆବର୍ଷରେ ଆପଣ ଶଙ୍ଖ, ଗୋମୁଖୀ ଚକ୍ର, ସ୍ଵସ୍ତିକ ଚିହ୍ନ ଆଣି ଘରେ ଲଗାଇ ପାରିବେ। ଆହୁରି ମଧ୍ୟ ଘରେ ଶୁଆ ଆଣି ରଖନ୍ତୁ। ଯାହାଫଳରେ ଆପଣଙ୍କ ଘରେ ସୁଖଶାନ୍ତି ବୃଦ୍ଧି ହେବା ସହିତ ପରିବାର ଲୋକଙ୍କର ଉନ୍ନତି ହେବ। ମନି ପ୍ଲାଣ୍ଟ ମଧ୍ୟ ଆପଣ ନିଜ ଘରେ ଲଗାଇ ପାରିବେ। କିନ୍ତୁ ଏହା ଅନ୍ୟମାନଙ୍କ ପାଖରୁ ନ ଆଣି ଦୋକାନରୁ କିଣି ଆଣି ଲଗାନ୍ତୁ। ନଚେତ ଏହା ଅଧିକ ଦିନ ପର୍ଯ୍ୟନ୍ତ ରହି ନଥାଏ।