ବାଲିଆପାଳ ରାଧା ମୋହନ ମନ୍ଦିରରେ ଗୀତା ଯଜ୍ଞ ସମାପନ ଓ ଇସ୍କନ ପରିଚାଳନା କମିଟିକୁ ମନ୍ଦିର ସମର୍ପଣ
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ପଞ୍ଚାୟତର କଚୁଆପଡ଼ା ଗ୍ରାମରେ ଥିବା ରାଧା ମୋହନ ମନ୍ଦିର ପରିସରରେ ଗୀତା ଜୟନ୍ତି ଅବସରରେ ଇସ୍କନ ଗୌଡିୟ ରିତି ନୀତି ଅନୁଯାୟୀ ଏକ ଭକ୍ତିମୟ ପରିବେଶ ରେ ଶନିବାର ପୂର୍ବାହ୍ନରେ ଗୀତା ଯଜ୍ଞ ସମାପନ ହେବା ପରେ ଇସ୍କନ ରୀତି ନୀତି ଅନୁସାରେ ରାଧା ମୋହନ ମନ୍ଦିରକୁ ମନ୍ଦିର ପ୍ରତିଷ୍ଠାତା ଡାକ୍ତର ହରେକୃଷ୍ଣ ଦାସ ଇସ୍କନ ପରିଚାଳନା କମିଟିକୁ ମନ୍ଦିର ସମର୍ପଣ କରିଛନ୍ତି।ସବୁଦିନ ପରି ବ୍ରାହ୍ମମୁହୂର୍ତ୍ତରୁ ମନ୍ଦିରର ନୀତିକ୍ରାନ୍ତି ଆରମ୍ଭ ହୋଇ ସକାଳ ଆରତୀ ଶେଷ ହୋଇଥିଲା। ଗୀତା ଯଜ୍ଞ ଅବସରରେ ଶନିବାର ପୂର୍ବାହ୍ନ ଆଠଟାରୁ ପ୍ରାରମ୍ଭିକ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥଲା।ପରେ ଶତାଧିକ ଭକ୍ତ ମାନଙ୍କ ଦ୍ୱାରା ଗୀତା ପାଠ କରାଯିବା ସହିତ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ନ ଦୁଇଟା ସମୟରେ ପୂର୍ଣ୍ଣାହୁତି ପ୍ରଦାନ କରଯାଇଥିଲା। ଯଜ୍ଞ ମଧ୍ୟରେ ଗୀତାକୁ ସମ୍ପୂର୍ଣ୍ଣ ପାଠ କରାଯାଇଥିଲା। ପୁର୍ଣ୍ଣାହୂତି ସମୟରେ ଉପସ୍ଥିତ ସନାତନ ଧର୍ମୀୟ କୃଷ୍ଣ ଭକ୍ତି ପ୍ରେମୀ ମାନେ ଯଜ୍ଞ ସାମଗ୍ରୀ ଯଜ୍ଞ କୁଣ୍ଡରେ ସମର୍ପଣ କରି ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ।ମନ୍ଦୀର ପୂଜକ ଉଜ୍ଜଳ ହରି ଦାସ ମନ୍ଦିର ପୂଜା ଅର୍ଚ୍ଚନା ଦାୟିତ୍ବ ତୁଲାଇଥିବା ବେଳେ ଯଜ୍ଞ କାର୍ଯ୍ୟରେ ଇସ୍କନ ପ୍ରତିନିଧି ରଙ୍ଗରାଜ ମାଧବ ବ୍ରହ୍ମଚାରୀ ଓ ସତ୍ୟଗୌର ଦାସ ସମସ୍ତ କାର୍ଯ୍ୟ ତୁଲାଇଥିଲେ।୨୦୧୬ ମସିହାରୁ ପ୍ରତିଷ୍ଠା ହୋଇ ନିତ୍ୟ ପୂଜାର୍ଚ୍ଚନା ହୋଇଆସୁଥିବା ବାଲିଆପାଳ ରାଧା ମୋହନ ମନ୍ଦିରକୁ ମନ୍ଦିରର ପ୍ରତିଷ୍ଠାତା ଡ଼ା ହରେକୃଷ୍ଣ ଦାସ ଏହି ପବିତ୍ର ଗୀତା ଯଜ୍ଞ ଅବସରରେ ମନ୍ଦିର ସହିତ ମନ୍ଦୀର ପାଇଁ ଉଦ୍ଦିଷ୍ଟ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତି ଇସ୍କନ ପରିଚାଳନା କମିଟିକୁ ସମର୍ପଣ କରିଦେଇଛନ୍ତି। ଏହି ସମର୍ପଣକୁ ଇସ୍କନ ପକ୍ଷରୁରୁ ଯୋଗ ଦେଇଥିବା ପ୍ରତିନିଧି ରଙ୍ଗରାଜ ମାଧବ ବ୍ରହ୍ମଚାରୀ ଯଜ୍ଞ ଦେବୀ ଉପରେ ସମର୍ପଣକୁ ଗ୍ରହଣ କରି ମନ୍ଦିରର ଦାୟିତ୍ଵ ବହନ କରିଛନ୍ତି। ଏହି ଅବସର ରେ ମନ୍ଦୀର ପ୍ରତିଷ୍ଠାତା ଶ୍ରୀ ଦାସ ପ୍ରକାଶ କରିଥିଲେ ଯେ ମୁଁ ମନ୍ଦିର ପାଇଁ ଉତ୍ସର୍ଗୀକୃତ ହୋଇସାରିଛି। ଜୀବନର ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ପୂର୍ବବତ ରାଧା ମୋହନଙ୍କ ସେବା କରୁଥିବି। ମୋ ପକ୍ଷରୁ ମନ୍ଦିର ସେବାରେ କୌଣସି ତୃଟି ରହିବନାହିଁ। ବିମ୍ବାଧର ପ୍ରଭୁ, ଭବେଶ ପ୍ରଭୁ, କାଳୀଚରଣ ପ୍ରଭୁ, ମୃତ୍ୟୁଞ୍ଜୟ ଦାସ, ସୁରଥ କ୍ରିଷ୍ଣ ଦାସ, କେଶୁ ସୂଦନ ଦାସ ,ଅକ୍ଷୟ ପ୍ରଭୁ, ପୁନ୍ୟବ୍ରତ ଦାସ,ଗୋବିନ୍ଦ ପ୍ରାସାଦ ଦାସ, ମନ୍ମଥ ବାରିକ, ଭୁବନ ମୋହନ ପିଳାଙ୍କ ସହିତ ବହୁ ମହିଳା ପୁରୁଷ ଭକ୍ତ ଉପସ୍ଥିତ ଥିଲେ।ମନ୍ଦିରର ପତ୍ରିଷ୍ଠାତା ଡାକ୍ତର ଶ୍ରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଯଜ୍ଞ କାର୍ଯ୍ୟ ସମାପନ ହୋଇଥିଲା। ପରିଶେଷେରେ ଉପସ୍ଥିତି ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ ।