ଜିଲ୍ଲାରେ ବନ୍ଦ ପଡିଥିବା ଶିଳ୍ପାନୁଷ୍ଠାନ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର
ବାରିପଦା : ମୂଖ୍ୟମନ୍ତ୍ରୀ ମେକ ଇନ୍ ଓଡ଼ିଶା କନକ୍ଲେଭ ମାଧ୍ୟମରେ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ଦୀର୍ଘ ଦିନ ଧରି କାଠପାଳ ସ୍ପିନିଂ ମିଲ, ନିକୋ କାରଖାନା, ଗଂଜି କାରଖାନା ପ୍ରଭୃତି ବିଭିନ୍ନ କଳକାରଖାନା ବନ୍ଦ ହୋଇ ପଡ଼ିରହିଛି । ମୟୁରଭଞ୍ଜ ଜିଲ୍ଲାରେ ବର୍ତମାନ ସୁଦ୍ଧା କୋୖଣସି କଳକାରଖାନା ନାହିଁ କିମ୍ବା ଶିଳ୍ପର ବିକାଶ ପାଇଁ କୋୖଣସି ପଦକ୍ଷେପ ନିଆଯାଇନ ଥିବାରୁ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ବହୁ ସଂଖ୍ୟାରେ ଯୁବକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଏଣୁ ଜିଲ୍ଲାରେ ବନ୍ଦ ହୋଇ ପଡିଥିବା ଶିଳ୍ପ ସଂସ୍ଥା ଗୁଡିକର ପୁନରୁଉଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରାଗଲେ ଜିଲ୍ଲା ବାସୀ ବିଶେଷ ଉପକୃତ ହେବେ ବୋଲି ଆଜି ବରିଷ୍ଠ ଆଇନଜୀବି ବିଜନ ଦାସ, ଶଚ୍ଚି ପଟ୍ଟନାୟକ, ଶାନ୍ତନୁ ପାଲ,ମହେଶ ଶତପଥୀ,ଅମୀୟ ଶଙ୍କର ଦାସ, ଜ୍ୟୋତି ପ୍ରକାଶ ଦାସ, ଶ୍ୱେତକେତୁ ଦତ୍ତ, ରାମ ଶଙ୍କର ମିଶ୍ର, ଶାରଦା ପ୍ରସନ୍ନ ଭଟ୍ଟ, ପ୍ରଦୀପ କୁମାର ଦାସ, ହରେକୃଷ୍ଣ ମହାନ୍ତ, ଭବାନୀ ଶଙ୍କର ସାହୁ ପ୍ରମୁଖ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଜିଲ୍ଲାପାଳ ଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି ।