ବାରିପଦା ପୌରପାଳିକା ଦ୍ୱାରା ୨୯୨ ଜଣ ହିତାଧୂକାରୀଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ
ବାରିପଦା : ବାରିପଦା ପୌରପାଳିକା କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷ ଠାରେ ପୌରପାଳିକା ତରଫରୁ ୨୯୨ ଜଣ ହିତାଧକାରୀଙ୍କୁ ଓଡ଼ିଶା ସରକାରଙ୍କ ଜାଗା ମିଶନ ଯୋଜନାରେ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରାଯାଇଥିବାର ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀ ମାନଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପ ଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀ, ଉପ-ନଗରପାଳ ସୀମା ଦାସ, ସମସ୍ତ କାଉନସିଲର ବୃନ୍ଦ ଏବଂ ବିଭିନ୍ନ ବସ୍ତିରୁ ଆସିଥିବା ହିତାଧିକାରୀ ମନେ ଉପସ୍ଥିତ ଥିଲେ । ସୂଚନା ମୁତାବକ ବର୍ତମାନ ସୁଦ୍ଧା ୧୬୦୦ ଜଣ ହିତାଧିକାରୀଙ୍କୁ ଜାଗା ମିଶନ ଯୋଜନାରେ ଭୂମୀ ଅଧିକାର ପ୍ରମାଣପତ୍ର ପ୍ରଦାନ କରାଗଲାଣି । ପୌର କର୍ମଚାରୀ ସଂଜୟ କୁମାର ଦାଶ, ଦିପ୍ତିମୟୀ ମହାନ୍ତ, ନମିତା ସାମଲ, ଯଶୋବନ୍ତ ନାରାୟଣ ପାତ୍ର, ଗୋପାଳକୃଷ୍ଣ ପ୍ରଧାନ, ସତ୍ୟଜିତ ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ଗଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।