ଆଜିଠୁ ଓଡ଼ିଶା ମହିଳା ଫୁଟବଲ ଲିଗ୍, ଖେଳାଯିବ ୩୦ଟି ମ୍ୟାଚ
ଭୁବନେଶ୍ୱର: ଆଜି ଠାରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଓଡ଼ିଶା ମହିଳା ଫୁଟବଲ ଲିଗ୍ । ଓଡ଼ିଶାଫୁଟବଲ ଆସୋସିଏସନ ଓ ଓଡିଶା କ୍ରୀଡା ବିଭାଗ ଦ୍ୱାରା ଏହି ପ୍ରତିଯୋଗିତା ଆୟୋଜିତ ହେବ । କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଫାଓର ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଉପସ୍ଥିତିରେ ଗତ ଶନିବାର କଳିଙ୍ଗ ଷ୍ଟାଡିୟମରେ ଜର୍ସି ଲଂଚ୍ ହୋଇସାରିଛି ।
ସୂଚନା ଯେ, ରବିବାର ଠାରୁ ଫାଓ (ଫୁଟ୍ବଲ ଆସୋସିଏସନ୍ ଅଫ୍ ଓଡ଼ିଶା) ମହିଳା ଫୁଟ୍ବଲ ଲିଗ୍ ଆରମ୍ଭ ହେବ । ପ୍ରତିଯୋଗିତାରେ ୩୦ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଓଡ଼ିଶାର ଶ୍ରେଷ୍ଠ ୬ ଟିମ ଅଂଶଗ୍ରହଣ କରିବେ । ଫାଓ ଓ ରାଜ୍ୟ କ୍ରୀଡା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଲିଗ୍ରେ ସ୍ପୋର୍ଟସ ଓଡ଼ିଶା, ପୂର୍ବତଟ ରେଳବାଇ, ରାଇଜିଂ ଷ୍ଟୁଡେଂଟ କ୍ଲବ୍, ଓଡ଼ିଶା ପୁଲିସ, ଓଜିପି କ୍ଲବ୍ ଓ ଓଡ଼ିଶା ଏଫ୍ସି ଦଳ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତା ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ମ୍ୟାଚଗୁଡିକ ଭୁବନେଶ୍ୱରର କ୍ୟାପିଟାଲ ହାଇସ୍କୁଲ୍ ଗ୍ରାଉଣ୍ଡ, କଳିଙ୍ଗ ଷ୍ଟାଡିୟମ, ସପ୍ତମ ବାଟାଲିୟନ ପଡିଆରେ ଖେଳାଯିବ ।