ବଜେଟ ଉପସ୍ଥାପିତ ହେଉଛି କିନ୍ତୁ ଅନୁପସ୍ଥିତି ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ : ନରସିଂହ ମିଶ୍ର
ଭୁବନେଶ୍ୱର : ବିଧାନସଭାରେ ଅନୁପସ୍ଥିତକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ବଜେଟ ଉପସ୍ଥାପିତ ହେଉଛି ବିଧାନସଭାରେ ନା ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି ନା ଅର୍ଥମନ୍ତ୍ରୀ ନା ସଂସଦୀୟ ବ୍ୟାପାର ମନ୍ତ୍ରୀ। ଏସମସ୍ତେ ନିର୍ବାଚନରେ ମାତିଛନ୍ତି ଗୋଟିଏ ନିର୍ବାଚନ ମଣ୍ଡଳୀ କଥା ଭାବୁଛନ୍ତି। କିନ୍ତୁ ଯାହା ସବୁ ରାଜ୍ୟରେ ସମସ୍ୟା ଦେଖାଦେଇଛି ତାପ୍ରତି ମନ ଦେଉନାହାନ୍ତି। ଏପରି କି ବିଧାନସଭାକୁ ମଧ୍ୟ ଅପମାନିତ କରୁଛନ୍ତି। ରାଜ୍ୟ ସ୍ବାର୍ଥ ନେଇ ଆଲୋଚନାରେ ରହୁ ନାହାନ୍ତି। କାହାକୁ ଅଥରାଇଜ କରିଦେଲେ ଆଇନ ଅନୁସାରେ ଠିକ ଅଛି। କିନ୍ତୁ ନୈତିକତା ଦୃଷ୍ଟିରୁ ଠିକ ନୁହେଁ। ବୋଲି କହିଛନ୍ତି ନରସିଂହ ମିଶ୍ର ।