ଦୀଘା ସମୁଦ୍ରରେ ଭାସିଯାଇ ୨ ମୃତ, ୨ ଉଦ୍ଧାର
ବାଲେଶ୍ୱର : ଦୀଘା ସମୁଦ୍ର ଉତ୍ତାଳ ଢ଼େଉରେ ମଙ୍ଗଳବାର ଭାସିଯାଇ ଦୁଇ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ପର୍ଯ୍ୟଟକ ଅଳ୍ପକେ ବର୍ତ୍ତି ଯାଇଥିବାର ଜଣାପଡ଼ିଛି ।
ସୂଚନା ଯେ, ପଶ୍ଚିମବଙ୍ଗ ହାଓଡ଼ା ଲିଲୁଆ ଥାନା ଅଧୀନ ଜଗଦୀଶପୁର ଅଞ୍ଚଳର ୪ଯୁବକ ଏକ କାର୍ଯ୍ୟରେ ଦୀଘା ଆସିଥିଲେ । ପ୍ରଶାସନର ଆଢୁଆଳରେ ଓଲ୍ଡଦୀଘା ସମୁଦ୍ର କୂଳକୁ ଗାଧୋଇବା ପାଇଁ ଯାଇଥିଲେ । ମାତ୍ର ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ ସମୁଦ୍ରର ଉତ୍ତାଳ ଜୁଆରରେ ସମସ୍ତେ ଭାସିଯାଉଥିଲେ । ସ୍ଥାନୀୟ ନେଳିଆ ଏହା ଦେଖି ଯୁବକମାନଙ୍କୁ ସମୁଦ୍ରରୁ ଉଦ୍ଧାର କରି କୂଳକୁ ଆଣିଥିଲେ । ପରେ ସେମାନଙ୍କୁ ଦୀଘା ଜେନେରାଲ ହାସପାତାଳକୁ ନେଇଥିବା ବେଳେ ସେଠାରେ ଡାକ୍ତର ୨ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ଦୁଇ ଯୁବକ ହେଲେ ନୁରମହମ୍ମଦ ମିଦ୍ୟା (୪୯) ଓ ମୈଦୁଲ ନସ୍କର (୩୮) । ଅନ୍ୟ ଦୁଇ ପର୍ଯ୍ୟଟକ ସୁସ୍ଥ ହୋଇଥିବା ବେଳେ ମୃତକଙ୍କୁ କାନ୍ଥି ଦାଗୁହା ହାସପାତାଳକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଦୀଘା ମେରାଇନ୍ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।