ନଭେମ୍ବର ବିପ୍ଳବର ୧୦୬ତମ ବାର୍ଷିକୀ ଉପଲକ୍ଷେ ଆଲୋଚନା ସଭା
ବାଲେଶ୍ୱର : ବାଲେଶ୍ୱର ସହର ବିସିସେନ ରୋଡ଼ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟର ପରିସରରେ ଏସୟୁସିଆଇ (କମ୍ୟୁନିଷ୍ଟ) ବାଲେଶ୍ୱର ଲୋକାଲ କମିଟି ଉଦ୍ୟୋଗରେ ନଭେମ୍ବର ବିପ୍ଳବର ୧୦୬ତମ ବାର୍ଷିକୀ ଉପଲକ୍ଷେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାଟିକୁ କମିଟି ସମ୍ପାଦକ ଉମାକାନ୍ତ ଦାସ ପରିଚାଳନା କରିଥିଲେ । ଏସୟୁସିଆଇ (କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ ଅକ୍ଷୟ ଦାସ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ମହାନ ଐତିହାସିକ ନଭେମ୍ବର ରୂପକାର ଲେନିନ ଓ ଷ୍ଟାଲିନ ନେତୃତ୍ୱ ଫଳରେ ରୁଷ ସମେତ ପୂର୍ବ ଇଉରୋପ ଦେଶମାନଙ୍କରେ ସମାଜତନ୍ତ୍ର ପ୍ରତିଷ୍ଠା ହୋଇ ବେକାରୀ, ଦରଦାମ ବୃଦ୍ଧି, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବହୁ ସମସ୍ୟା ସମାଧାନ ହୋଇ ପାରିଥିଲା । ବର୍ତ୍ତମାନ ଭାରତବର୍ଷରେ ଦେଖା ଦେଇଥିବା ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି, ବେକାର ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟର ସାମ୍ପ୍ରଦାୟିକକାରଣ, ନାରୀ ନିର୍ଯ୍ୟାତନା, ଦୁର୍ନୀତି ଓ ଭ୍ରଷ୍ଠାଚାର ଆଦି ସମସ୍ୟାର ସମାଧାନ କରିବାକୁ ହେଲେ ନଭେମ୍ବର ବିପ୍ଳବରୁ ଶିକ୍ଷା ଗ୍ରହଣ କରି ଶ୍ରମିକ, କୃଷକ, ଛାତ୍ର, ଯୁବକ ଓ ମହିଳା ମାନଙ୍କୁ ଭାବେ ଐକ୍ୟ ଗଣ ଆନ୍ଦୋଳନ ଗଢ଼ି ତୋଳିବାକୁ ହେବ ।
ଜିଲା ସମ୍ପାଦକ କମ୍ରେଡ ନିରାକାର ପାଣ୍ଡବ ସଭାର ପ୍ରାରମ୍ଭିକ ସୂଚନା ଦେଇ ନଭେମ୍ବର ବିପ୍ଳ୍ଲବରୁ ଶିକ୍ଷା ନେଇ ପ୍ରତ୍ୟେକ କର୍ମୀ ନିଜକୁ ଜଣେ ବିପ୍ଲବୀ ଭାବରେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ । ଜିଲା କମିଟିର ବରିଷ୍ଠ ସଦସ୍ୟ କମ୍ରେଡ ରବୀନ୍ଦ୍ର ନାଥ ବେହେରା ଯୋଗଦେଇ ଏସୟୁସିଆଇ (କମ୍ୟୁନିଷ୍ଟ) ପାର୍ଟି ନେତୃତ୍ୱରେ ଭାରତ ବର୍ଷରେ ଶ୍ରମିକ ଶ୍ରେଣୀ ଐକ୍ୟବଦ୍ଧ ଆନ୍ଦୋଳନ ଗଢ଼ି ତୋଳି ପାରିଲେ ସମସ୍ତ ସମସ୍ୟା ହୋଇପାରିବ । ଏକ ସପ୍ତାହ ବ୍ୟାପୀ ନଭେମ୍ବର ବିପ୍ଳବ ବାର୍ଷିକୀ ବିଭନ୍ନ ଆଞ୍ଚଳିକସ୍ତରରେ ସଭା, ଆଲୋଚନା, ଶୋଭାଯାତ୍ରା, ଉଦ୍ଧୃତି ପ୍ରଦର୍ଶନୀ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିଥିଲେ । ଆଲୋଚନା ସଭାରେ ତରୁଲତା ବେହେରା, ନନ୍ଦ ରାୟ ଚୌଧୁରୀ, ପ୍ରଶାନ୍ତ ଦାସ, ହରେକୃଷ୍ଣ ଦାସ, କେଶବ ନାୟକ, ସୁଦର୍ଶନ ଦାସ ଯୋଗଦେଇ ନଭେମ୍ବର ବିପ୍ଳବ ତାତ୍ପର୍ଯ୍ୟ ଓ ତାର ଶିକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ ।