ଠିକାଦାର ସଂଘ ପକ୍ଷରୁ ପୂର୍ତ୍ତ ବିଭାଗ ଅଫିସ୍ ସମ୍ମୁଖରେ ଧାରଣା
ନୀଳଗିରି : ବକେୟା କାର୍ଯ୍ୟର କାଜଗ ପତ୍ର ଓ ବିଲ ପ୍ରଦାନ ଦାବୀରେ ବାଲେଶ୍ୱର ପୂର୍ତ୍ତ ବିଭାଗ ଡିଭିଜନ ୧ର ଅଧିକ୍ଷଣ ଯନ୍ତ୍ରୀ ରାମ ଚନ୍ଦ୍ର ସେଠୀଙ୍କୁ ଘେରିଲେ ନୀଳଗିରି ପୂର୍ତ୍ତ ବିଭାଗର ଠିକାଦାର ସଂଘ । ଠିକାଦାର ସଂଘ ପକ୍ଷରୁ ପୂର୍ତ୍ତ ବିଭାଗ ଅଫିସ୍ ସମ୍ମୁଖରେ ଧାରଣା ଦେବା ସହ ମଙ୍ଗଳବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି ।
ସୂଚନା ଯେ, ବାଲେଶ୍ୱର ଜିଲା ନୀଳଗିରି ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଠିକାଦାର ମାନେ ବିଭାଗୀୟ ଅଧିକାରୀଙ୍କ ମୌଖକ ପ୍ରତିଶ୍ରୁତିରେ ବିଶ୍ୱାସ କରି କରୋନା, ବାତ୍ୟା ସମୟରେ ଓ ଜରୁରୀ ପରିସ୍ଥିତିରେ ବିଭିନ୍ନ ପ୍ରକଳ୍ପ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ମାଣ ଓ ମରାମତି କାର୍ଯ୍ୟ ଠିକାଦାରମାନେ ନିଜର ଠିକାଦାରୀ ସଂସ୍ଥା ଚଳାଇବା ଉଦ୍ଦେଶ୍ୟରେ ପ୍ରକଳ୍ପଗୁଡିକୁ ସଠିକ୍ ସମୟରେ କରିଥିଲେ । ହେଲେ କାମ ସରିବା ପରେ ମାସ ମାସ ଗଡ଼ି ଚାଲିଥିବା ବେଳେ ବିଭାଗ ତରଫରୁ କାଗଜପତ୍ର ପ୍ରସ୍ତୁତ ନକରିବାରୁ ସେମାନଙ୍କ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ନପାଇବା ସହ ସବୁ ଠିକାଦାରଙ୍କ ଫସି ରହିଛନ୍ତି । ଏହାକୁ ନେଇ ଗତ ଶୁକ୍ରବାର ଦିନ ନୀଳଗିରିରେ ଭାରପ୍ରାପ୍ତ ଏସ୍ଡ଼ିଓ ଦୁର୍ଗାଚରଣ ସାହୁଙ୍କ ସମେତ କନିଷ୍ଠ ଯନ୍ତ୍ରୀଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ । ଉପ-ଜିଲାପାଳ ଦୀପ୍ତିରଞ୍ଜନ ସେଠୀ ଘଟଣା ସ୍ଥଳରେ ପହଞ୍ôଚ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ମଙ୍ଗଳବାର ବାଲେଶ୍ୱର ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରାମ ଚନ୍ଦ୍ର ସେଠୀଙ୍କୁ ଡକାଇ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଠିକାଦାରମାନେ ଆନ୍ଦୋଳନରୁ ଓହରି ଥିଲେ । ମଙ୍ଗଳବାର ଅଧୀକ୍ଷଣ ଯନ୍ତ୍ରୀ ନୀଳଗିରି ଆସିଥିବା ବେଳେ ଏକ ଜରୁରୀ କାମରେ ଉପଜିଲାପାଳ ବାହାରେ ଥିଲେ । ଅଧୀକ୍ଷଣ ଯନ୍ତ୍ରୀ ପାଖରେ ଜିଲା ଠିକାଦାର ସଙ୍ଘ ସଭାପତି ଦୀପ୍ତିକାନ୍ତ ମହାପାତ୍ର, ସମ୍ପାଦକ ଆଦିତ୍ୟ ଖୁଣ୍ଟଣ୍ଟିଆ ଓ ଠିକାଦାର ସମୂହ ଉପଜିଲାପାଳ ଅଫିସ ସମ୍ମୁଖରେ ପହଞ୍ôଚ ଆଲୋଚନା କରିଥିବା ବେଳେ ପିଲାମାନଙ୍କୁ ଅଧିକ୍ଷଣ ଯନ୍ତ୍ରୀ ଅଭଦ୍ର ଚିତ୍ତ ଆଚରଣ କରିଥିଲେ । ଠିକାଦାରମାନେ ସନ୍ତୋଷଜନକ ଉତ୍ତର ମିଳିବା ପ୍ରତିବଦଳରେ ଅଭଦ୍ର ଚିତ୍ତ ଆଚରଣ, ବକେୟା କାର୍ଯ୍ୟର ବିଲ ପ୍ରଦାନ ଦାବୀରେ ଠିକାଦାର ସଙ୍ଘ ପକ୍ଷରୁ ପୂର୍ତ୍ତ ବିଭାଗ ଅଫିସ ସମ୍ମୁଖରେ ଧାରଣା ଦେବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି । ଏବାବଦରେ ପ୍ରଶାସନକୁ ଜଣାଇବା ସହ ଏହି ଧାରଣାରେ ନୀଳଗିରି ଠିକାଦାର ସଙ୍ଘର ସଭାପତି ପ୍ରଫୁଲ ପରିଡ଼ା, ସମ୍ପାଦକ ଉଦୟଜ୍ୟୋତି ମହାନ୍ତି, ଦୀପ୍ତିକାନ୍ତ ପୃଷ୍ଟି,, ଅଶୋକ ମହାପାତ୍ର, ସୁକାନ୍ତ ମହାପାତ୍ର, ଠିକାଦାର ରବୀନ୍ଦ୍ର ପରିଡ଼ା, ଭୂପେନ୍ଦ୍ର ମହାନ୍ତି, ସଦାଶିବ ରଥ, ସଞ୍ଜୀବ ବିଶ୍ୱାଳ, ରାମକୃଷ୍ଣ ମହାପାତ୍ର, କୁନା ବିଶ୍ୱାଳ, ଯୋଗେନ୍ଦ୍ର ମହପାତ୍ର ପ୍ରମୁଖ ଧାରଣାରେ ବସିଛନ୍ତି ।