ଭଂଜପୁର ଜଗଦ୍ଧାତ୍ରୀ ମେଳାର ୭ ମ ସନ୍ଧ୍ୟାରେ ପୁରସ୍କୃତ ହେଲେ କୃତି ପ୍ରତିଯୋଗୀ
ବାରିପଦା : ଭଂଜପୁର ଜଗଦ୍ଧାତ୍ରୀ ମେଳଓର ୭ମ ସନ୍ଧ୍ୟାରେ ଡିବେଟ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି ଓ ମୁଖ୍ୟ ଅତିଥି ଭାବେ ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ର. କିଶୋର କୁମାର ବସା ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହ ମେଳାକୁ ବେଶ ଲୋକପ୍ରିୟ କରାଇପାରିଥିବାରୁ କମିଟିର ସଦସ୍ୟ ମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ ଓ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ନଗରପାଳ କୃଷ୍ଣଓନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ, ବାଙ୍ଗିରିପୋଷି ବିଧାୟକ ତଥା ପୂଜା କମିଟି ଅଧ୍ୟକ୍ଷ ସୁଦାମ ମାରାଣ୍ଡି, ପୂର୍ବତନ ଉପ ବାଚସ୍ପତି ଓ ମେଳା କମିଟିର ଅଧ୍ୟକ୍ଷ ସାନନ୍ଦ ମାରାଣ୍ଡି, ପୂର୍ବତନ ସଓରସକଣା ବିଧାୟକ ଭଓଦବ ହାଁସଦା ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ଓ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ ଧନ୍ୟବାଦ ଅର୍ପଣ କରିଥିଲେ ଓ ସ୍କୁଲ ସ୍ତରୀୟ ଡିବେଟରେ ଆରୟାନ ଦାସ, କଲେଜ ସ୍ତରରେ ଅପର୍ଣ୍ଣା ସିଂହ, ଜୁନିଅର ଚିତ୍ରାଙ୍କନରେ ଆଶିଷ ବିଶ୍ୱାଳ, ସିନିଅରରେ ମନ୍ମୟ ସେଠି, ରୋଜ ଅନୁଷ୍ଠାନର ଶ୍ୟାମ ଚରଣ ମାରାଣ୍ଡି ସମେତ ମୋଟ ୧୬ ଜଣଙ୍କୁ ପୁରସ୍କୃତ ହୋଇଛନ୍ତି ଓ ତତସହିତ ବିଚାରକ ସନ୍ତୋଷ ମହାନ୍ତି, ଭାଗବତ ପଣ୍ଡା, ରଞ୍ଜିତ ମହାନ୍ତ, ପ୍ରବୀର ପାଣିଗ୍ରାହୀ, ରବୀନ କୁମାର ମହାପାତ୍ର ଓ ମହେଶ୍ୱର ମାରାଣ୍ଡିଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା ଓ ଏହି ଅବସରରେ କୁଳପତି ପ୍ର. ବସଓଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ସୋମନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ