ରକ୍ତଦାନ ଶିବିର, ୨୨୭ ୟୁନିଟ୍ ସଂଗୃହୀତ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜଳସହୋରିଆ ପାନ ମାର୍କେଟ୍ ସ୍ଥିତ ବୀରକୁଳ ସେବା ସଦର ପରିସରରେ ସୋମବାର କାନାଇଁ ଚରଣ ମାଇତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ (ସିଟୁ) ପକ୍ଷରୁ ସ୍ଥାନୀୟ ଯୁବତୀଯୁବକଙ୍କ ଠାରୁ ସ୍ୱେଚ୍ଛାକୃତ ଭାବେ ୨୨୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ମେଗା ରକ୍ତ ଦାନ ଶିବିରକୁ ଉଦ୍ଘାଟନ କରିଥିଲେ ବିଡିଓ ଶଙ୍କର କୁମାର ପଟ୍ଟନାୟକ । ରକ୍ତଦାନ ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଗଠନ ନିମନ୍ତେ ଜନସାଧାରଣଙ୍କୁ ସଚେତନ କରିବାକୁ ଏକ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।
ନିର୍ମାଣ ଶ୍ରମିକ ସଂଘ ଭୋଗରାଇ ଶାଖାର ସଭାପତି ଅଧିର ଗିରି ଗୋସ୍ୱାମୀଙ୍କ ପୌରହିତ୍ୟ କରିଥିଲେ । ସଚେତନତା କାର୍ଯ୍ୟକ୍ରମରେ ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ସାଧାରଣ ସମ୍ପାଦକ ଇଂ. ହୃଷିକେଶ ସାହୁ, ବୀରକୁଳ ସେବା ସଦନର ସମ୍ପାଦକ ଗୋପାଳ ଚନ୍ଦ୍ର ସାହୁ, ସହ ସମ୍ପାଦକ ବ୍ରଜଗୋପାଳ ଦାସ, ସରପଞ୍ଚ ଲକ୍ଷ୍ମୀକାନ୍ତ ଆଧେକ, ନର୍ମଦା ଫାଉଣ୍ଡେସନ୍ ଓ ସୂର୍ଯ୍ୟମଣୀ ନେତ୍ରାଳୟର ଅଧ୍ୟକ୍ଷ ଡା. ଜ୍ୟୋତି ମହାନ୍ତି, ନିର୍ମାଣ ଶ୍ରମିକ ସଂଘର ସମ୍ପାଦକ ଜଗନ୍ନାଥ ମାଇତି ପ୍ରମୁଖ ଯୋଗଦେଇ ରକ୍ତଦାନ ଦ୍ୱାରା ମଣିଷ ଜୀବନକୁ ବଞ୍ଚାଇବା ସହ ପ୍ରତ୍ୟେକ ରକ୍ତଦାତାଙ୍କ ସୁ୍ସ୍ୱାସ୍ଥ୍ୟ ଗଠନ ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ ।