ଅର୍ଚ୍ଚନା ନାଗଙ୍କ ଘର ସମେତ ୬ଟି ସ୍ଥାନରେ ଇଡି ରେଡ୍
ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘର ସମେତ ୬ଟି ସ୍ଥାନରେ ଆଜି ସକାଳୁ ଚଢାଉ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି । ଅର୍ଚ୍ଚନାଙ୍କ ମନି ଲଣ୍ଡ୍ରିଂ ଲିଙ୍କ୍ ନେଇ ଏହି ଖୋଳତାଡ଼ ଆରମ୍ଭ ହୋଇଛି । ୬ଟି ସ୍ଥାନରେ ଇଡି ରେଡ ହେଉଥିବା ବେଳେ ସବୁଠାରେ ସିଆରପିଏଫ କର୍ମୀ ମୁତୟନ ହୋଇଛନ୍ତି ।
କଳାହାଣ୍ଡି କେସିଙ୍ଗାସ୍ଥିତ ଅର୍ଚ୍ଚନାଙ୍କ ପୈତୃକ ଘର, ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଥିବା ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଘର, ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ୱରଙ୍କ ବାଲିପାଟଣାସ୍ଥିତ ଘର, ତାଙ୍କ ରସୁଲଗଡ଼ ସ୍ଥିତ ସୁପ୍ରିମ ଅଟୋମୋବାଇଲ କାର ଶୋ’ରୁମ୍ ରେ ଚଢ଼ାଉ କରାଯାଇଛି । ଏହାବାଦ ଅର୍ଚ୍ଚନାଙ୍କ ସତ୍ୟବିହାରସ୍ଥିତ ଘର ଓ ଅର୍ଚ୍ଚନାଙ୍କ ନାଁରେ ଅଭିଯୋଗ କରିଥିବା ଯୁବତୀଙ୍କ ବାଙ୍କିସ୍ଥିତ ଘରେ ଏକକାଳୀନ ଆଜି ସକାଳୁ ଇଡି ରେଡ କରିଛି ।
ଜଳେଶ୍ୱରରେ ଜଗବନ୍ଧୁଙ୍କ ଘର ଉପରେ ଆଜି ସକାଳୁ ଇଡି ରେଡ କରିଛି । କିନ୍ତୁ ପୂର୍ବରୁ ଏନେଇ ସୂଚନା ପାଇ ଘରେ ତାଲା ପକାଇ ତାଙ୍କ ବାପାମା’ଓ ଭାଇ ଫେରାର ହୋଇଯାଇଛନ୍ତି । ତେବେ ଇଡି ଟିମ୍ ସେମାନଙ୍କ ସମ୍ପର୍କୀୟଙ୍କ ନିକଟରୁ ତଥ୍ୟ ସଂଗ୍ରହ କରୁଛି ।