ବେଗୁନିଆ ଜଙ୍ଗଲର ପୁନରୁଦ୍ଧାର ପାଇଁ ବୃକ୍ଷ ରୋପଣ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତର ବେଗୁନିଆ ଗ୍ରାମ ନିକଟରେ ଥିବା ଘଞ୍ଚ ଚନ୍ଦିର ବଣ ଏବେ ଉଜୁଡି ଯାଇଥିବା ବେଳେ ଏହାର ପୁରୁଦ୍ଧାର ପାଇଁ ଗ୍ରାମବାସୀ ମାନେ ଏକଜୁଟ ହୋଇଛନ୍ତି ।କେବଳ ଗ୍ରାମବାସୀ ନୁହେଁ ସ୍ଥାନୀୟ ବେଗୁନିଆ ଉପ୍ରା ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ମାନେ ମାନେ ମଧ୍ୟ ଏକ ସବୁଜ ବନାନୀ ପ୍ରତିଷ୍ଠାରେ ସାମିଲ ହୋଇଛନ୍ତି । ସ୍ଥାନୀୟ ଗ୍ରାମରେ ରହୁଥିବା ଅବସରପ୍ରାପ୍ତ ଜିଲା ଶିକ୍ଷାଧିକାରୀ କାର୍ତ୍ତୀକ ଚନ୍ଦ୍ର ଲେଙ୍କା ଓ ପ୍ରକୃତିମିତ୍ର ପୁରସ୍ମାର ପ୍ରାପ୍ତ ପରିବେଶବିତ ପୂର୍ଣ୍ଣଚନ୍ଦ୍ର ସେଣ୍ଡ ଏହାର ନେତୃତ୍ୱ ନେଉଛନ୍ତି । ଗ୍ରାମମୁଖିଆ ସୁରେନ୍ଦ୍ର ପ୍ରସାଦ ସେଣ୍ଡ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସମସେର ସାହା,ପ୍ରଧାନଶିକ୍ଷକ ମୁକେଶ କୁମାର ସାହୁ,ସହକାରୀ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ଦେଇ ଓ ପ୍ରତିଭା ମହାନ୍ତି,ସହକାରୀ ଶିକ୍ଷକ ପୈରୁଦ୍ଧିନ ଖାଁ ଙ୍କ ପ୍ରତ୍ୟକ୍ଷ ତତ୍ୱାଧାନରେ ଛାତ୍ôୀଛାତ୍ର ମାନେ ଉକ୍ତ ପଡିଆରେ ୫ଶହରୁ ଉର୍ଦ୍ଧ ଗଛ ଲଗାଇଛନ୍ତି । ପିଲା ଦିନେ ଯେଉଁସ୍ଥାନରେ ଘଞ୍ଚ ଜଙ୍ଗଲଥିଲା ଆଜି ସେ ସ୍ଥାନ ବୃକ୍ଷଶୁନ୍ୟ ହୋଇ ଖାଁ ଖାଁ ଲାଗୁଛି । ଏଣୁ ଯେତିକି ପ୍ରାନ୍ତର ରହିଛି ପୁଣି ଥରେ ଜଙ୍ଗଲ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ପ୍ରାକ୍ତନ ଅଧିକାରୀ ଶ୍ରୀ ଲେଙ୍କା କହିଛନ୍ତି । ଚନ୍ଦିର ବଣ ଭାବେ ପରିଚିତ ଏହି ଗଛ ଗୁଡିକର ରକ୍ଷଣାବେଶକ୍ଷଣ ପାଇଁ ସେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବେ ବୋଲି ପ୍ରକୃତି ମିତ୍ର ପୁରସ୍କୃତ ପୂର୍ଣ୍ଣଚନ୍ଦ୍ର ସେଣ୍ଡ କହିଛନ୍ତି ।