କାର୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନେ ଗଙ୍ଗାରେ ଲଗାଇଲେ ଆସ୍ଥାର ବୁଡ଼
ହରିଦ୍ୱାର : କାର୍ତିକ ପୂର୍ଣ୍ଣିମାରେ ଧର୍ମନଗରୀ ହରିଦ୍ୱାରରେ ଆଜି ଗଙ୍ଗାସ୍ନାନ ପାଇଁ ସକାଳୁ ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଛନ୍ତି । ଭୋର୍ରୁ ଆରମ୍ଭ ହୋଇଥିବା ସ୍ନାନ ଦିନସାରା ଅନବରତ ଚାଲିଥିଲା । ତେବେ ଗ୍ରହଣ କାଳରେ ସ୍ନାନାର୍ôଥଙ୍କ ସଂଖ୍ୟାରେ କିଛି ହ୍ରାସ ହୋଇଛି । ହର କି ପୌଡି ବ୍ରହ୍ମାକୁଣ୍ଡ ସମେତ ଗଙ୍ଗାର ସମସ୍ତ ଘାଟରେ ସ୍ନାନ କରିବାକୁ ଯଥେଷ୍ଟ ଭିଡ଼ ରହିଥିଲା । ଲକ୍ଷ ଲକ୍ଷ ସଂଖ୍ୟାରେ ଆସିଥିବା ଶ୍ରଦ୍ଧାଳୁମାନେ ହରକିପୈଡ଼ି ସମେତ ବିଭିନ୍ନ ଘାଟରେ ଗଙ୍ଗାରେ ଆସ୍ଥା ବୁଡ଼ ଲଗାଇଥିଲେ । ସ୍ନାନ ପର୍ବକୁ ଦେଖି ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷାର କଡ଼ା ବ୍ୟବସ୍ଥା କରାଯାଇଥିଲା । ସମୁଚେ ମେଳା କ୍ଷେତ୍ରକୁ ୯ ଜୋନ୍ ଏବଂ ୩୩ ସେକ୍ଟରରେ ବଂଟା ଯାଇଥିଲା ।
ମାନାଯାଏ ଯେ ଆଜି ଦିନରେ ଗଙ୍ଗାରେ ସ୍ନାନ କଲେ ସୁଖ ସମୃଦ୍ଧି ପ୍ରାପ୍ତି ହୁଏ ଏବଂ ପାପରୁ ମୁକ୍ତି ମିଳେ । ସ୍ନାନକୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷାର କଡ଼ା ବ୍ୟବସ୍ଥା କରାଯାଇଥିଲା । ପାଖାପାଖି ଦେଢ଼ହଜାର ପୋଲିସ୍ ବଳକୁ ମେଳାରେ ଲୋକଙ୍କ ସୁରକ୍ଷା ପାଇଁ ଲଗାଯାଇଥିଲା ।