୨୦୨୩ ବିଶ୍ୱ ଏଥ୍ଲେଟିକ ରିଲେ, ୨୦୨୫ ମେ ମାସ ପର୍ଯ୍ୟନ୍ତ ସ୍ଥଗିତ
ନୂଆଦିଲ୍ଲୀ : ବିଶ୍ୱ ଏଥ୍ଲେଟିକ ପରିଷଦ ଗାଁଗଝୁରେ ଆଗାମୀ ୨୦୨୩ ମସିହା ମେ ମାସ ୧୩ରୁ ୧୪ ପର୍ଯ୍ୟନ୍ତ ନିର୍ଧାରିତ ବିଶ୍ୱ ଏଥ୍ଲେଟିକ ରିଲେକୁ ୨୦୨୫ ମସିହା ମେ ମାସ ପର୍ଯ୍ୟନ୍ତ ଘୁଂଚାଇ ଦିଆଯିବାକୁ ନିଷ୍ପତି ନିଆଯାଇଛି । ଏହି ଗାଁଗଝୁ ଆୟୋଜନ ସମିତି ( ଏଲଓସି ) ଏବଂ ଚିନି ଆଥ୍ଲେଟିକ ସଙ୍ଘ (ସିଏଏ) ଦୁଇ ତରଫର ସହମତିରେ ଚାଲିଥିବା ମହାମାରି ସ୍ଥିତିକୁ ଦେଖି ଏହି ନିଷ୍ପତି ନିଆଯାଇଛି ।
ବିଶ୍ୱ ଏଥ୍ଲେଟିକର ଅଧ୍ୟକ୍ଷ ସେବେଷ୍ଟିୟନ କୋଏ କହିଛନ୍ତି ଏହା ଦୁଖଦ ବିଷୟ ଯେ ଯେତେବେଳେ ଆମକୁ କୌଣସି କାର୍ଯ୍ୟକ୍ରମ କୁ ସ୍ଥଗିତ କରିବାକୁ ପଡେ । ତେଣୁ ବିଶ୍ୱ ଆଥ୍ଲେଟିକ ଓ ଓ ସ୍ଥାନିୟ ଆୟୋଜନ ସମିତି ଦୁଇପକ୍ଷ ବିଶ୍ୱ ଆଥ୍ଲେଟିକ ରିଲେର ଯୋଜନା ଓ ବିତରଣ ପାଇଁ ସମ୍ପୁର୍ଣ ରୁପେ ଦାୟୀ ଅଟନ୍ତି । ଯେଉଁଥିଲେ ଏହା ସୁନିଶ୍ଟିତ କରିବା ସାମିଲ ହୋଇଛି । ସବୁ ଅନ୍ତ୍ରରାଷ୍ଟ୍ରୀୟ ମହାସଙ୍ଘର ଆଥ୍ଲେଟିକ ଏକ ସୁରକ୍ଷିତ ଓ ସୁସ୍ଥ ବାତାବରଣର ଅନୁଭବ ଓ ଆନନ୍ଦ ନେବାକୁ ସକ୍ଷମ ହୋଇପାରିବ ।