ଦୁଇପଟରୁ ଖୋଲିଲା ଜାମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ
ଜାମ୍ମୁ : ଜାମ୍ମୁ- ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଯାତାୟାତ ଦୁଇ ପଟରୁ ସୁଚାରୁ ରୂପରେ ଜାରି ଅଛି । ଗୁରୁବାର ସକାଳୁ ଭାରୀଯାନକୁ ରାଜମାର୍ଗର ଦୁଇପାଖରୁ ଯାତାୟାତର ଅନୁମତି ଦିଆଯାଇଛି । ହାଲ୍କା ଯାନକୁ ଭାରୀ ଯାନ ଯିବାଆସିବା ପରେ ଛଡ଼ାଯିବ ଏବଂ ସମସ୍ତ ଛୋଟ ଏବଂ ବଡ଼ ବାହାନ ବାହାରିବା ପରେ ସୁରକ୍ଷାବଳର ବାହନକୁ ଯିବାକୁ ଅନୁମତି ଦିଆଯିବ ।
ଜାମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗରେ ଗୁରୁବାର ଦିନ ଦୁଇ ପଟରୁ ହାଲ୍କା ଯାତ୍ରୀ ଏବଂ ପ୍ରାଇଭେଟ୍ ବାହାନ ଯିବା ପରେ ଅଧିକାରୀଙ୍କ ଦ୍ୱାରା ଭାରିଯାନକୁ ଜଖୈନୀ ଉଧମପୁରରୁ ଶ୍ରୀନଗର ପଟରୁ ବାହାରିବ । ଅଧିକାରୀମାନେ ସୁରକ୍ଷାବଳଙ୍କୁ ଅପିଲ କରାଯାଇଛି ଯେ ଯାତାୟାତ ନିୟମର ପାଳନ କରି ମାଲବାହକ ଏବଂ ଅନ୍ୟ ବାହାନ ଯିବାପରେ ରାଜମାର୍ଗର ତାଜା ସ୍ଥିତିର ସମୀକ୍ଷା କରାଯିବାପରେ ସେ ନିଜ ବାହାନକୁ ଜାମ୍ମୁରୁ ଶ୍ରୀନଗର ପଟକୁ ନିଆଯାଇପାରିବ ।