ଶୀତ ଦିନେ ଫଟା ଗୋଇଠିରୁ କେମିତି ରକ୍ଷା ପାଇବେ? ଜାଣନ୍ତୁ ଏହି ଚାରୋଟି ଘରୋଇ ଉପଚାର
ଶୀତ ଦିନ ଆସିବା ମାତ୍ରେ ହିଁ ବିଭିନ୍ନ ପ୍ରକାର ସ୍କିନ୍ ପ୍ରୋବଲେମ୍ ବା ଚର୍ମ ରୋଗ ଦେଖାଦିଏ । ପାଣି ପାଗର ପରିବର୍ତ୍ତନ ଫଳରେ ଥଣ୍ଡା ପବନ ପ୍ରବାହିତ ହୁଏ ଏହି ସମୟରେ ଚର୍ମ ରୁଖାସୁଖା ହୋଇଯାଏ । ମୁହଁଠୁ ଆରମ୍ଭ କରି ଗୋଇଠି ପର୍ଯ୍ୟନ୍ତ ଫାଟେ । ଭିଭିନ୍ନ ପ୍ରକାର ମଶ୍ଚରାଇଜର୍ କ୍ରିମ ଦ୍ୱାରା ଫେସ୍ ତୋ ଠିକ୍ ହୋଇଯାଏ କିନ୍ତୁ ଗୋଇଠି ଫଟାରୁ ଉପମସ ମିଲିବା ଟିକେ କଷ୍ଟକର ହୋଇଥାଏ ।
ଫଟା ଗୋଇଠି ଅସୁନ୍ଦର ଦେଖା ହେବା ସହିତ ଯନ୍ତ୍ରଣାଦାୟକ ମଧ୍ୟ ହୋଇଥାଏ । ଗୋଇଠି ଅଧିକ ଫାଟିଲେ ଘା ହୋଇ ସେଥିରୁ ରକ୍ତ ବାହାରେ । ଗୋଇଠି ଫଠାରୁ ମୁକ୍ତି ପାଇଁ ବଜାରରେ ମିଳୁଥିବା ଦାମି କ୍ରିମ ବ୍ୟବହାର କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । କିନ୍ତୁ ଗୋଇଠି ଫଟାକୁ ଠିକ୍ କରିବା ପାଇଁ କିଛି ଘରୋଇ ଉପଚାର କରିପାରିବେ ଆଉ ଏହା ସହଜ ମଧ୍ୟ । ଆସନ୍ତୁ ଜାଣିବା ଶୀତ ଦିନେ ଫଟା ଗୋଇଠି ସମସ୍ୟାକୁ ଦୂର କରିବା ପାଇଁ କିଛି ଉପାୟ…
ଫଟା ଗୋଇଠିକୁ ସୁନ୍ଦର କରିବ ହେଙ୍ଗୁ :
ହେଙ୍ଗୁ ଫଟା ଗୋଇଠିକୁ ସୁନ୍ଦର କରିଥାଏ । ହେଙ୍ଗୁକୁ ପେଷ୍ଟ ବନାଇ ଫଟା ଗୋଇଠିରୁ ଲଗାନ୍ତୁ । ରାତିରେ ସୋଇବା ପୂର୍ବରୁ ପାଦ ଓ ଗୋଇଠିକୁ ଭଲଭାବେ ସଫା କରନ୍ତୁ । ଅଳ୍ପ ପାଣିରେ ହେଙ୍ଗୁ ପକାଇ ପେଷ୍ଟ ବନାଇ ଗୋଇଠିରେ ଲଗାନ୍ତୁ । ହେଙ୍ଗୁ ପେଷ୍ଟ ଲଗାଇବା ପରେ ଏକ ପଲିଥିନକୁ ହାଲକାରେ ବାନ୍ଧି ଦିଅନ୍ତୁ ଯେପରି ଥଣ୍ଡା ପବନ ଗୋଇଠିରେ ନଲାଗିବ । ଏମିତି ୩/୪ ଦିନ କରନ୍ତୁ ଦେଖିବେ ଆପଣଙ୍କ କ୍ରାକ୍ ଗୋଇଠି କେମିତି ନରମ ହୋଇଯିବ ।
ଫଟା ଗୋଇଠି ପାଇଁ ନଡ଼ିଆ ତେଲର ଚମତ୍କାରିତା :
ଫଟା ଗୋଇଠିକୁ ଠିକ୍ କରିବା ପାଇଁ ନଡ଼ିଆ ତେଲ ମଧ୍ୟ ବ୍ୟବାହାର କରିପାରିବେ । ନଡ଼ିଆ ତେଲରେ ମହମ( ମହୁମାଛି ଫଣାରୁ ମହୁ ବାହାରିବା ପରେ ଯେଉଁ ବଳକା ଅଂଶ) ମିସାଇ ଲଗାଇଲେ ଗୋଇଠି ଫଟାରୁ ଓ ଗୋଇଠି ବଥା ଉପସମ ମିଳିଥାଏ ।
ମହୁ ଶୁଖାଇ ଦେବ ଗୋଇଠିର ଘା :
ମହୁରେ ଥିବା ଔଷଧୀୟ ଗୁଣ ଫଟା ଗୋଇଠିକୁ ଭଲ କରିଥାଏ । ପାଣିକୁ ଉଷୁମ କରି ସେଥିରେ କିଛି ମହୁକୁ ମିଶାଇ ସେହି ପାଣିରେ ପାଦକୁ ବୁଡ଼ାଇ ରଖନ୍ତୁ । ପ୍ରାୟ ୨୦ ମିନିଟ୍ ମହୁ ପାଣିରେ ପାଦ ରଖନ୍ତୁ । ପରେ ପାଣିରୁ ପାଦ ବାହାର କରି ଭଲଭାବରେ ପୋଛି ଫଟା ଗୋଇଠିରେ ନଡ଼ିଆ ତେଲ କିମ୍ବା ଯେ କୌଣସି ମଶ୍ଚୋରାଇଜର୍ କ୍ରିମ୍ ଲଗାଇ ପାରିବେ । ଏମିତି କଲେ ଫଟା ଗୋଇଠି ସମ୍ୟାରୁ ମୁକ୍ତି ମିଳିବ ।
ଅଲିଭ୍ ଅଏଲ ଗୋଇଠିକୁ କରିବ କୋମଳ :
ଅଲିଭ୍ ଅଏଲରେ ଥିବା ଔଷଧିୟ ଗୁଣ ଫଟା ଗୋଇଠିର ଟାଣ ଚର୍ମକୁ ନରମ କରିଥାଏ । ଏହି ତେଲ ଚର୍ମପାଇଁ ଉପକାରୀ ଅଟେ । ପ୍ରଥମେ ପାଦକୁ ଗରମ ପାଣିରେ ଧୋଇ ଦିଅନ୍ତୁ ତାପରେ ଫଟା ଗୋଇଠିରେ ଅଲିଭ ଅଏଲ ଲଗାନ୍ତୁ । ମନେ ରଖନ୍ତୁ ଯେବେବି ଆପଣ ଅଲିଭ ଅଏଲ ଲାଗାଇବେ ପାଦରେ ଯେମିତି ଧୂଳି ନଲାଗିବ । ଦେଖିବେ ଫଟା ଗୋଇଠିର ଟାଣ ଚର୍ମ କେମିତି ନରବା ବା କୋମଳ ଲାଗିବ ।