ବିବାହିତ ମହିଳା ଶାଶୁଘରେ କାମ କରିବା ନିଷ୍ଠୁରତା ନୁହେଁ : ବମ୍ବେ ହାଇକୋର୍ଟ
ନୂଆଦିଲ୍ଲୀ : ଯଦି ବିବାହିତ ମହିଳାଙ୍କୁ ଶାଶୁ ଘରେ ଘର କାମ କରିବାକୁ କୁହାଯାଏ, ତାହା ଚାକରାଣୀର କାର୍ଯ୍ୟ ସହ ତୁଳନୀୟ ନୁହେଁ କିମ୍ବା ନିଷ୍ଠୁରତା ନୁହେଁ ବୋଲି ଆଜି ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ଖଣ୍ଡପୀଠ କହିଛନ୍ତି । ଏ ନେଇ ସ୍ୱାମୀଙ୍କ ଠାରୁ ଅଲଗା ରହିଥିବା ଜଣେ ମହିଳା ସ୍ୱାମୀ ଓ ଶାଶୁ ଶ୍ୱଶୁରଙ୍କ ବିରୋଧରେ ଦାୟର କରିଥିବା ଘରୋଇ ହିଂସା ମାମଲାକୁ ଖାରଜ କରି କୋର୍ଟ ଏହା କହିଛନ୍ତି ।
ବିଚାରପତି ବିଭା କଙ୍କନ ୱାଡ଼ି ଓ ରାଜେଶ ପାଟିଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଦାୟର ଡାଳକୁ ମଧ୍ୟ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ତାଙ୍କ ଏତଲାରେ ଦର୍ଶାଇଥିଲେ ଯେ, ବାହାଘରର ୧ ମାସ ପର୍ଯ୍ୟନ୍ତ ତାଙ୍କୁ ଶାଶୁ ଘରେ ଠିକ ବ୍ୟବହାର କରାଯାଇଥିଲା କିନ୍ତୁ ତା ପରେ ଚାକରାଣୀ ପରି ବ୍ୟବହାର କରାଗଲା । ଏଥି ସହିତ ଶାଶୁ ଘର ପକ୍ଷରୁ ୪ ଲକ୍ଷ ଟଙ୍କା ଦାବି କରାଯିବା ଭଳି ଅଭିଯୋଗ ମଧ୍ୟ କରାଯାଇଥିଲା । ମାମଲାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ, ମହିଳା ଜଣଙ୍କ ଅଭିଯୋଗରେ ନିର୍ଦ୍ଦିଷ୍ଟ ଭାବେ କୌଣସି ନିଷ୍ଠୁରତା ପ୍ରଦର୍ଶନ ବିଷୟରେ କହିନାହାନ୍ତି । ଖଣ୍ଡପୀଠ କହିଛନ୍ତି ଯେ ପରିବାର ପାଇଁ ଜଣେ ବିବାହିତ ମହିଳା ଘର କାମ କରିବା କଦାପି ଚାକରାଣୀର କାର୍ଯ୍ୟ ସହ ତୁଳନୀୟ ନୁହେଁ । ଯଦି ମହିଳା ଜଣଙ୍କ ଘର କାମ ନ କରିବାକୁ ଚାହୁଁଥିଲେ, ସେ ତାହା ବିଭାଘର ପୂର୍ବରୁ ଜଣାଇବା ଆବଶ୍ୟକ ଥିଲା ।
ମହିଳାଙ୍କ ଅବେଦନକୁ ଖାରଜ କରି ହାଇକୋର୍ଟ କହିଛନ୍ତି, ଯଦି ଜଣେ ବିବାହିତ ମହିଳାଙ୍କୁ ପରିବାର ଉଦ୍ଦେଶ୍ୟ ପାଇଁ ନିଶ୍ଚିତ ରୂପେ କାମ କରିବାକୁ କୁହାଯାଏ, ଏହାର ଅର୍ଥ ଏହା ନୁହେଁ ଯେ ତାଙ୍କ ସହ ଚାକରାଣୀ ପରି ବ୍ୟବହାର କରାଯାଉଛି । ଯଦି ମହିଳାଙ୍କୁ ଘର କାମ କରିବା ପସନ୍ଦ ନୁହେଁ, ତେବେ ସେ ବିବାହ ପୂର୍ବରୁ ଏହା ଜଣାଇବା ଦରକାର ଥିଲା, ଫଳରେ ବିବାହ ପୂର୍ବରୁ ବର ଏହା ଉପରେ ବିଚାର କରିପାରିବ । ଯଦି ବିବାହ ପରେ ଏହି ସମସ୍ୟା ଆସେ ତେବେ ଏହାକୁ ଶୀଘ୍ର ସମାଧାନ କରାଯିବା ଦରକାର । ହାଇକୋର୍ଟ ନିଜ ଆଦେଶରେ କହିଛନ୍ତି ଯେ, ମହିଳା ଜଣଙ୍କ କେବଳ ତାଙ୍କୁ ନିର୍ଯାତନା ଦିଆଯାଉଥିବା କହିଥିଲେ, କିନ୍ତୁ ନିଜ ଅଭିଯୋଗରେ କୌଣସି କାମ କଥା ଉଲ୍ଲେଖ କରି ନଥିଲେ । କେବଳ ମାନସିକ ଏବଂ ଶାରୀରିକ ରୂପେ ଉତ୍ପୀଡନ ଶବ୍ଦର ପ୍ରୟୋଗ ଆଇପିସିର ଧାରା ୪୯୮ଏ ପାଇଁ ସେ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନୁହେଁ ଯେପର୍ଯ୍ୟନ୍ତ କୃତ୍ୟକୁ ବର୍ଣ୍ଣନା କରାଯାଇ ନାହିଁ । ଏହାସହ ଜଷ୍ଟିସ ବିଭା କଙ୍କନୱାଡି ଏବଂ ଜଷ୍ଟିସ ରାଜେଶ ପାଟିଲଙ୍କ ଖଣ୍ଡପୀଠ ଅକ୍ଟୋବର ୨୧ରେ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ବାପା-ମାଆଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିଥିଲେ । ମହିଳା ଜଣଙ୍କ ନିଜ ସ୍ୱାମୀ ଏବଂ ଶାଶୂ-ଶ୍ୱଶୁରଙ୍କ ବିରୋଧରେ ଘରୋଇ ହିଂସା ଏବଂ କ୍ରୁରତାର ଅଭିଯୋଗ ଆଣି ହାଇକୋର୍ଟରେ ଯାଚିକା ଦାୟର କରିଥିଲେ ।