ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା ସତ୍ୟପାଠ ଦାଖଲ ପାଇଁ ପରିବହନ ବିଭାଗକୁ ନିର୍ଦ୍ଦେଶ
କଟକ : ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଉପରେ ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି କରି ପରିବହନ ବିଭାଗକୁ ସ୍ଲଟ୍ ବୁକିଂର ସ୍ଥିତି, ଭିତ୍ତିଭୂମି ବାବଦରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ଯାଏଁ ସ୍ଲଟ୍ ଉପଲବ୍ଧ ଅଛି କି ନାହିଁ, ସ୍ଲଟ ଉପଲବ୍ଧ ନଥିଲେ ଜରିମାନା ଲାଗିବ କି ନାହିଁ ସତ୍ୟପାଠରେ ଜଣାଇବାକୁ ହାଇକୋର୍ଟ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୧କୁ ଧାର୍ଯ୍ୟ ହୋଇଛି ।