ପ୍ରୋ ଲିଗ୍ ହକି ପାଇଁ ଓଡ଼ିଆ ଖେଳାଳିଙ୍କ ସମେତ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତା ୨୮ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ପ୍ରୋ ଲିଗ୍ ହକି ପାଇଁ ଭାରତୀୟ ଦଳରେ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ନିଲମ ସଞ୍ଜୀବ ସେସ୍ ସ୍ଥାନ ପାଇଛନ୍ତି। ଏହି ଦୁଇ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ପ୍ରୋ ଲିଗ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
ସୂଚନା ଯେ, ଏଫଆଇଏଚ ହକି ପ୍ରୋ ଲିଗ୍ ୨୦୨୨-୨୩ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ହକି ଇଣ୍ଡିଆ ୨୨ ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ହରମନପ୍ରୀତ ଅଧିନାୟକ ଥିବା ବେଳେ ମନଦୀପ ଉପଅଧିନାୟକ ରହିଛନ୍ତି । ୨୨ ଜଣିଆ ଦଳରେ ଦୁଇ ଓଡ଼ିଆ ଖେଳାଳି ସାମିଲ ଅଛନ୍ତି । ଦୁଇ ଓଡ଼ିଆ ଖେଳାଳି ହେଉଛନ୍ତି ଅମିତ ରୋହିଦାସ ଏବଂ ନିଲମ ସଂଜୀବ ଖେସ । ଭାରତ ଅକ୍ଟୋବର ୨୮ ତାରିଖରେ ନ୍ୟୁଜଲାଣ୍ଡ ଏବଂ ଅକ୍ଟୋବର ୩୦ ତାରିଖରେ ସ୍ପେନ ବିପକ୍ଷରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳିବ ମ୍ୟାଚ । ଏହି ମ୍ୟାଚ ଖେଳିବାକୁ ସମସ୍ତ ଦଳ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ।