ଓମିକ୍ରନର ନୂଆ ସବ୍-ଭେରିଆଣ୍ଟକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ: ଦେଶରେ ଓମିକ୍ରନର ନୂଆ ସବ୍-ଭେରିଆଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଚିନ୍ତା ବଢ଼ିବାରେ ଲାଗିଛି । ଫଳରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଏକ ବୈଠକ ଡକାଇଥିଲେ । ଉକ୍ତ ବୈଠକରେ ନୀତି ଆୟୋଗ ସଦସ୍ୟ ବିକେ ପୋଲ, ଟିକାକରଣ ଉପରେ ରାଷ୍ଟ୍ରୀୟ ବୈଷୟିକ ପରାମର୍ଶଦାତା ସମୂହର ଅଧ୍ୟକ୍ଷ ଏନକେ ଅରୋଡା ଓ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସମେତ ଅନ୍ୟ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କରୋନା ସ୍ଥିତି ଓ ଟିକାକରଣ ଅଭିଯାନ ସମ୍ବନ୍ଧରେ ପଚାରି ବୁଝିଥିଲେ। ଏଥିରେ ମାସ୍କ ପିନ୍ଧିବା ଓ କରୋନା ନିୟମ ପାଳନ କରିବା ଉପରେ ଜୋର ଦିଆଯିବାକୁ ନେଇ ନିଷ୍ପତ୍ତି ନିଆଯାଇଛି ।