ରସିକିଆ ଶିକ୍ଷକଙ୍କ ପ୍ରେମ କାହାଣୀ; ବିବାହ ପାଇ ଅମଙ୍ଗ ହେବାରୁ ଗଲେ ଜେଲ୍
ନୀଳଗିରି : ଜନୈକ ରସିକିଆ ଶିକ୍ଷକ ନିଜର ସମ୍ପର୍କୀୟା ଭଉଣୀଙ୍କୁ ଦୀର୍ଘ ୫ବର୍ଷ ହେବ ଭଲ ପାଇ ଆସୁଥିଲେ । ଏଥିସହି ସମ୍ପର୍କୀୟା ଭଉଣୀ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଶିକ୍ଷକ ଜଣକ ବିବାହ ପାଇଁ ଛଳନାରେ ବହୁବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଆସୁଥିବା ବେଳେ ଯୁବତୀ ଜଣକ ନିରୁପାୟ ଅନୁଭବ କରି ଶେଷରେ ବାଲେଶ୍ୱର ଜିଲା ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ଉଭୟ ପକ୍ଷର ବନ୍ଧୁବର୍ଗ, ସାଙ୍ଗସାଥୀ ଏବଂ ଶିକ୍ଷକବୃନ୍ଦ ଶିକ୍ଷକ ଜଣଙ୍କୁ ବିବାହ ପାଇଁ ବୁଝାସୁଝା କରିଥିଲେ ହେ ସେ ମନା କରିବାରୁ ଯୁବତୀର ଅଭିଯୋଗ ମୂଳେ ନୀଳଗିରି ପୋଲିସ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ଶିକ୍ଷକଙ୍କୁ ନୀଳଗିରି ଜେଲ ହାଜତକୁ ପଠାଯାଇଛି ।
ସୂଚନା ଯେ, ନୀଳଗିରି ଥାନା ଅଧୀନସ୍ଥ ପିଞ୍ଛାବଣିଆ ଗ୍ରାମର ଯୁବତୀଙ୍କୁ ସୋର ଥାନା ଅଧୀନସ୍ଥ ଦାଣ୍ଡହରିପୁର ଗ୍ରାମର ମନୋରଞ୍ଜନ ମଲ୍ଲିକ (୨୮) ସାଉଡ଼ ନୋଡ଼ାଲ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ଦୀର୍ଘ ୫ବର୍ଷ ଧରି ଶିକ୍ଷକ ଶ୍ରୀ ମଲ୍ଲିକ ନିଜ ସମ୍ପର୍କୀୟା ଭଉଣୀଙ୍କୁ ଭଲ ପାଇ ଆସୁଥିଲା ବେଳେ ଶେଷରେ ଉଭୟ ପରିବାର ବିବାହ ପାଇଁ ପ୍ରସ୍ତାବ ଆଗତ କରିଥିଲେ । ମାତ୍ର ଶିକ୍ଷକ ଶ୍ରୀ ମଲ୍ଲିକ ବିବାହ ପାଇଁ ରାଜି ହୋଇନଥିଲେ । କୌଣସି ଉପାୟ ନ ପାଇ ନିରୁପାୟ ଭାବେ ଯୁବତୀ ଜଣକ ନୀଳଗିରି ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ମୂଳେ ନୀଳଗିରି ଥାନାରେ ମାମଲା (ନଂ. ୩୦୦ ।୨୨) ଦଫା ୩୭୬ ରୁଜୁ କରାଯାଇ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରିଛନ୍ତି ।