କମ୍ୟୁନିଷ୍ଟ ଆନ୍ଦୋଳନର ୧୦୨ତମ ପ୍ରତିଷ୍ଠା ଦିବସ
ଜଳେଶ୍ୱର : କମ୍ୟୁନିଷ୍ଟ ଆନ୍ଦୋଳନର ୧୦୨ତମ ପ୍ରତିଷ୍ଠା ଦିବସ ଆଜି ସ୍ଥାନୀୟ ସିପିଆଇଏମ୍ କାର୍ଯ୍ୟାଳୟରେ ପାଳିତ ହୋଇ ଯାଇଛି । ବ୍ରିଟସ୍ ଶାସନବେଳେ ୧୯୨୦ ଅକ୍ଟୋବର ୧୭ ତାରିଖରେ କିଛି ଶିକ୍ଷିତ ଯୁବକ ମିଳିତ ହୋଇ କମ୍ୟୁନିଷ୍ଟ ପାର୍ଟ ଗଠନ କରିଥିଲେ । କମ୍ୟୁନିଷ୍ଟମାନେ ହିଁ ସ୍ୱାଧିନତା ଆନ୍ଦୋଳନରେ ସାଲିସ ବିହୀନ ଓ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । ସେମାନେ ସାମ୍ରାଜ୍ୟବାଦ ଓ ଜମିଦାୀପ୍ରଥା ବିରୋଧରେ ଆନ୍ଦୋଳନ କରୁଥିବା ବେଳେ ଭାଗଚାଷୀଙ୍କୁ ଅଧିକାର ଓ କୃଷକ ମାନଙ୍କର ନାର୍ଯ୍ୟଦାବୀ ପ୍ରତି ଗୁରୁତ୍ୱ ଦେଉଥିଲେ । ଗଡଜାତର ମିଶ୍ରଣ ଓ ଭାଷାଭିତ୍ତିକ ରାଜ୍ୟ ଗଠନ ଲାଗି କମ୍ୟୁନିଷ୍ଟ ପ୍ରେମୀଙ୍କର ଥିଲା ପ୍ରଚେଷ୍ଟା । ଏବେବି ଉଦ।।ରବାଦ ଓ ସାମ୍ପ୍ରଦାୟିକତା ବିରୋଧରେ କମ୍ୟୁନିଷ୍ଟଭାନେ ସଂଗ୍ରାମ ଚଳାଇ ରଖିଥିବା, ସମ୍ବିଧାନ ଓ ଗଣତନ୍ତ୍ରକୁ ସୁରକ୍ଷା ଦେବା, ବିଭାଜନକାରୀଙ୍କ ବିରୋଧରେ ଲଢେଇ କରିବା ସହିତ ସରକାରଙ୍କ ଜନବିରୋଧି କାର୍ଯ୍ୟ ବିରୋଧରେ ଆନ୍ଦୋଳନ ଶାଣିତ କରୁଛି ବୋଲି ଆଜିର ଆୟୋଜିତ ବୈଠକରେ ମତପ୍ରକାଶ ପାଇଛି । ଦିଲ୍ଲିପ କୁମାର ଗିରିଙ୍କ ସଭାପତିତ୍ୱରେ ସିତାଂଶୁ ସେନାପତି, ଦିପ୍ତିମାନ ଆଚାର୍ଯ୍ୟ, ଦିଲ୍ଲିପ ପରିଡା, ପଲ୍ଟୁ ଦାସ, ଜୀବନ ପରିଡା, ରବିନ୍ଦ୍ର ବାରିକ, ସେକ୍ ଅବଦୁଲ ସାଦ୍ଦିକ, ଲକ୍ଷ୍ମିଧର ପଲାଇ, ଜିତାଂଶୁ ନନ୍ଦି, ଆରତୀ ପଲାଇ, ସବିତା ସାହୁ, ମଦନ ମାହାଲି, ବଂକିମ ବିଶ୍ୱାଳ, ରତନ ଦାସ, ଧିରେନ୍ଦ୍ର ଦେ, ଚନ୍ଦନ ଶତପଥି, ରୁହ୍ୟା ଟୁଡୁ ଓ ରାମଚନ୍ଦ୍ର ଦେ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଦିଲ୍ଲିପ କୁମାର ଗିରି ଲାଲ ପତାକା ଉତ୍ତଳନ କରିଥିଲେ । ବାଇଗଣାବାଡିଆ, ସୁଗୋ, ସମ୍ପତ୍ତିଆ, ନାମ୍ପୋ, ରାଜପୁର, ଓଳିନ୍ଦା, ପଂଚୁଘଣ୍ଟା, କୋର୍ଟସାହିରେ ଲାଲ ପତାକା ଉତ୍ତୋଳନ କରାଯାଇଥିଲା ।