ବିରାଟଙ୍କ ଚମତ୍କାରୀ କ୍ୟାଚ୍କୁ ସବୁଦିନ ପାଇଁ ମନେ ରଖିବେ ଦର୍ଶକ

ଗାବା : ଆଇସିସି ଟି-୨୦ ବିଶ୍ୱକପ-୨୦୨୨ର ମୁଖ୍ୟ ପ୍ରତିଯୋଗିତା ପୂର୍ବରୁ ଅଭ୍ୟାସ ମ୍ୟାଚ୍ରେ କମାଲ କରିଛି ଭାରତ। ବ୍ରିସେବେନ୍ର ଗାବା ଷ୍ଟାଡିୟମ୍ରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ଫଳରେ ବିଶ୍ୱକପ୍କୁ ନେଇ ଭାରତୀୟ ଫ୍ୟାନ୍ଙ୍କ ମନରେ ଆଶା ସଂଚାର ହୋଇଛି।
ତେବେ ଆଜିର ମ୍ୟାଚ୍ରେ ବିରାଟ ମାତ୍ର ୧୯ ରନ୍ରେ ଆଉଟ ହୋଇଯିବା ପରେ ନିରାଶ ହୋଇଯାଇଥିଲେ ଫ୍ୟାନ୍। ହେଲେ ଫିଲ୍ଡିଂରେ କିନ୍ତୁ ମନ ଜିଣିଛନ୍ତି ବିରାଟ। ଫିଲ୍ଡିଂରେ ଚମତ୍କାର ଦେଖାଇ ବିରାଟ ଯେତେବେଳେ ଟିମ୍ ଡାଭିଡ୍ଙ୍କୁ ରନ୍ ଆଉଟ୍ କଲେ, ସେତେବେଳେ ପ୍ୟାଭିଲିୟନରେ ଖୁସୀରେ ଝୁମି ଉଠିଥିଲେ ଫ୍ୟାନ୍। ସବୁଠାରୁ ଆଶ୍ଚର୍ଯ୍ୟକର ଥିଲା ତାଙ୍କର ଗୋଟିଏ ହାତରେ କ୍ୟାଚ୍ ଧରିବା। ଏହା ଦେଖି କାବ୍ବା ହୋଇଯାଇଥିଲେ କ୍ରିକେଟ୍ ପ୍ରେମୀ। ବିରାଟଙ୍କର ଏହି ଚମତ୍କାରୀ କ୍ୟାଚ୍କୁ ସବୁଦିନ ପାଇଁ ମନେ ରଖିବେ ଦର୍ଶକେ।
VIRAT KOHLI STOP IT!! Takes catch of the tournament.. in a warm up
— Liam Clarke (@Clarkeyy23) October 17, 2022#T20WorldCup pic.twitter.com/KosXyZw8lm
ମ୍ୟାଚର ଶେଷ ଓଭରରେ ଅଷ୍ଟ୍ରେଲିଆକୁ ଜିତିବାକୁ ୧୧ ରନ୍ର ଆବଶ୍ୟକ ପଡ଼ୁଥିଲା। ଶେଷ ଓଭର ବୋଲିଂ କରୁଥିଲେ ମହମ୍ମଦ ଶାମୀ। ଆଉ ଅନ୍ ଷ୍ଟ୍ରାଇକ୍ରେ ଥିଲେ ପାଟ୍ କମିନ୍ସ। ଲଙ୍ଗ-ଅନ୍ରେ ଛିଡ଼ା ହୋଇଥିଲେ ରନ୍ ମେସିନ ବିରାଟ କୋହଲି। ଶେଷ ଓଭରର ୩ ବଲ୍କୁ ଲଙ୍ଗ-ଅନ୍ ଉଠାଇ ମାରିଥିଲେ ପାଟ୍ କମିନ୍ସ। ହେଲେ ବଲ୍ଟି ବାଉଣ୍ଡ୍ରୀରେ ପଡ଼ିବା ପୂର୍ବରୁ ପବନରେ ଉଡ଼ିଲା ପରି ଉପରକୁ ଡେଇଁ ଗୋଟିଏ ହାତରେ କ୍ୟାଚ୍ ଟାଣି ଆଣିଲେ ବିରାଟ କୋହଲି।
ଶାମିଙ୍କର ଏହି ବଲ୍ଟି ଲୋ ଫୁଲ୍ଟସ ବଲ୍ ଥିଲା। ଆଉ କମିନ୍ସ ଏହାକୁ ତଳୁ ଉଠାଇ ଜୋରଦାର ପ୍ରହାର କରିଥିଲେ। ଲାଗୁଥିଲା ବଲ୍ଟି ସିଧାଯାଇ ବାଉଣ୍ଡ୍ରୀରେ ପଡ଼ିବ। ହେଲେ ଲଙ୍ଗ ଅନ୍ରେ ଛିଡ଼ା ହୋଇଥିବା କୋହଲି ଡାହାଣ ହାତ ବଢାଇ କ୍ୟାଚ୍ ଟାଣି ଆଣିଥିଲେ। ଏହାପରେ ଫ୍ୟାନ୍ଙ୍କ କଥା ଛାଡ଼ନ୍ତୁ ପ୍ୟାଭିଲିୟନରେ ବସିଥିବା ବିପକ୍ଷ ଅଷ୍ଟ୍ରେଲିଆ ଖେଳାଳିମାନେ ମଧ୍ୟ ଛିଡ଼ା ହୋଇ ତାଳି ମାରି ବିରାଟଙ୍କୁ ଉତ୍ସାହିତ କରିଥିଲେ। ଶେଷ ଓଭରରେ ଶାମିଙ୍କର ଚମତ୍କାର ବୋଲିଂକୁ ବି ଭୁଲି ହେବନି। ସେ ଏହି ଓଭରରେ ମାତ୍ର ୪ ରନ୍ ଦେଇଥିବା ଭାରତ ୬ ରନ୍ରେ ମ୍ୟାଚ୍ ଜିତି ନେଇଥିଲା।