ସଦର ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ୭୭ତମ ଜନ୍ମଦିନ ମହା ଆଡମ୍ବରରେ ପାଳିତ
ବାଲେଶ୍ୱର : ବାଲେଶ୍ୱର ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମଦିନ ରବିବାର ଦିବସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ସହ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ବାଲେଶ୍ୱର ବିଧାୟକ ସ୍ୱରୂପ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନରେ ଏହି ଦିନକୁ ସେବା ଦିବସ ରୂପେ ପାଳନ କରାଯାଇଛି । ପୂର୍ବାହ୍ନ ୭ଟାରେ ଝାଡ଼େଶ୍ୱର ମନ୍ଦିରରେ ୧୦୮ ଜଳାଭିଷେକ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସାମୁହିକ ପୂଜାର୍ଚ୍ଚନା କରାଯିବା ପରେ କଚେରୀ ହୋତାକୁ ବିଜୁ ଜନତା ଦଳର କର୍ମୀମାନେ ସଫେଇ କରିଥିଲେ । ପରେ ମିଶନ ପଡ଼ିଆରେ ଥିବା ଖ୍ରୀଷ୍ଟିଆନ ହାଇସ୍କୁଲ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ରେମୁଣା ଗୋଲାଇ ସ୍ଥିତ ଗୁରୁଦ୍ୱାରରେ ପୂଜାର୍ଚ୍ଚନା କରାଯିବା ସହ ବାଲେଶ୍ୱର ରାଣୀପାଟଣାରେ ଥିବା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟର ଅନ୍ତେବାସୀଙ୍କ ସହ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ କେକ୍ କାଟି ପାଳନ କରାଯିବା ସହ ଛାତ୍ରୀଛାତ୍ରଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ପରେ ସୁନହଟରେ ଥିବା ବାବା ଭୁଜାଖିଆ ପୀର ବାବା ଏବଂ କେଥଲିକ ଚର୍ଚ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ନିରାମୟ ଜୀବନ ପାଇଁ ସାମୁହିକ ପାର୍ଥନା କରାଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମରେ ପୌର ଉପାଧ୍ୟକ୍ଷ କୈଳାସ ସେଠୀ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, ଟାଉନ ସଭାପତି ସନତ ଦାସ, ବରିଷ୍ଠ ନେତା ରଞ୍ଜନ ବାଗ, ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ଗୌରୀ ରାଉତ, ଟାଉନ ମହିଳା ସଭାପତି ତଥା କାଉନସିଲର ମୀନା ମହାନ୍ତି, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ରାଜ୍ୟ ମହିଳା ସମ୍ପାଦିକା ଦୀପାରାଣୀ ସାହୁ, ରାଜ୍ୟ ଯୁଗ୍ମ ସମ୍ପାଦକ ସତ୍ୟରଞ୍ଜନ ଦାସ, ବରିଷ୍ଠ ନେତା ଯଯାତି ଦାସ, କାଉନସିଲର ମୀତା ପଟ୍ଟନାୟକ, କବିତା ମୁର୍ମୁ, ମିରାଜ ବାନୋ, ପ୍ରତିଲତା ସେଠୀ, ରାଧାକୃଷ୍ଣ ଦାସ, ସନ୍ଧ୍ୟାରାଣୀ ଜେନା, ସବିତାରାଣୀ ଦାସ, ଅର୍ପିତା ପ୍ରିୟଦର୍ଶନୀ ପଟ୍ଟନାୟକ, ସୋଭା ମହାପାତ୍ର, ଶଶିରେଖା ମହାନ୍ତି, ସେକ ଆୟୁବ, ପଦ୍ମଲୋଚନ ଲେଙ୍କା, କାର୍ତ୍ତିକ ସାହୁ, ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ର, ସାକିର ଖାନ, ସଞ୍ଜୟ ବେହେରା, ସେକ ରାଜୁ, ଧନଞ୍ଜୟ ଜେନା, ଇତିକୃଷ୍ଣା ସ୍ୱାଇଁ, ଜୋନାଲ ଯୁବ ସାଧାରଣ ସମ୍ପାଦକ ଧିରେନ ନାୟକ, ସଦର ବ୍ଲକ ଯୁବ ସଭାପତି ସେକ ଅନସର, ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡି, ଛାତ୍ରନେତା ବିଭୁଦତ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।