ଧାମନଗର ଉପନିର୍ବାଚନରେ ୨,୩୮,୪୧୭ମତଦାତା : ନିରପେକ୍ଷ ଓ ମୂଲ୍ୟବାନ ମତଦାନ ପାଇଁ ମତଦାତାଙ୍କୁ ଜିଲାପାଳଙ୍କ ନିବେଦନ
ଭଦ୍ରକ : ସ୍ୱଚ୍ଛ ତଥା ସୁଦୃଢ଼ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ନାଗରିକଙ୍କ ମତଦାନ ଅତ୍ୟନ୍ତ ମୂଲ୍ୟବାନ । ଆସନ୍ତା ନଭେମ୍ବର ୩ ତାରିଖ ଗୁରୁବାର ୪୬-ଧାମନଗର ଉପନିର୍ବାଚନ ନିମନ୍ତେ ସମସ୍ତ ୨୫୨ ଗୋଟି ମତଦାନ କେନ୍ଦ୍ରରେ ସକାଳ ୭ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଧାମନଗର ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨,୩୮,୪୧୭ ମତଦାତା ଅଛନ୍ତି । ଏହି ପରିପ୍ରେକ୍ଷୀରେ ସମସ୍ତ ମତଦାତାମାନଙ୍କୁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ବିନମ୍ର ନିବଦେନ କରିଛନ୍ତି କି ସେମାନେ ଏହି ଦିବସକୁ ମତଦାତା ଉତ୍ସବ ହିସାବରେ ପରିଗଣିତ କରି ସମସ୍ତେ ନିରପେକ୍ଷ ଏବଂ ମୂଲ୍ୟବାନ ମତଦାନ କରନ୍ତୁ ।
ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଦ୍ୱାରା ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ମତଦାତାମାନଙ୍କୁ ଏହି ନିବେଦନ କରାଯାଇଛି ।