ବାଲିଆପାଳ ବ୍ଲକ ସବଳା ମହାସଂଘ ପୁନର୍ଗଠନ ନେଇ ବିଡ଼ିଓଙ୍କୁ ଦାବିପତ୍ର
ବାଲିଆପାଳ : ବାଲିଆପାଳ ବ୍ଳକର ସ୍ୱୟଂ ସହାୟକ ଗୋଷ୍ଠିକୁ ପରିଚାଳନା କରିବା ପାଇଁ ଗଢାଯାଇଥିବା ସବଳା ମହାସଂଘ ୧୯ ବର୍ଷ ଧରି ପୁନର୍ଗଠନ ହୋଇ ନାହିଁ।ଯେଉଁମାନେ ପ୍ରଥମରୁ ଥିଲେ ସେହିମାନେ ଆଜି ପର୍ଯ୍ୟନ୍ତ ରହିଛନ୍ତି।ତୁରନ୍ତ ସବଳା ମହାସଂଘକୁ ପୁନର୍ଗଠନ କରିବା ପାଇଁ ପଞ୍ଚାୟତ ସ୍ତରୀୟ ସଂଘ ପକ୍ଷରୁ ତପସ୍ୱନୀ କର,ସବିତା ଖଣ୍ଡା,ରେବତୀ ପାତ୍ର, ମାଳତୀ ରଣା, ପୁଷ୍ପାଞ୍ଜଳି ପ୍ରଧାନ ବନ୍ଦନା ମହାନ୍ତି, ରଶ୍ମିତା ମହାନ୍ତି,ବାସନ୍ତୀ ବାରିକ,ନିୟତି ଗିରି, ବୀଣାପାଣି ଦାସ,ପ୍ରଭାତୀ ସାହୁ,ସଂଯୁକ୍ତା ପଣ୍ଡା,ବିନତି ବାରିକ,ବାସନ୍ତୀ ଜେନା,ସ୍ନେହଲତା ବେହେରା,ଲଷ୍ମୀପ୍ରିୟା ସାହୁ ପ୍ରମୁଖ ବାଲିଆପାଳ ସିଡିପିଓ, ବିଡ଼ିଓ ଓ ଡିପିସି ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି।ଅଭିଯୋଗ କାରଣୀ ମାନେ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବାଲିଆପାଳ ବ୍ଳକର ୨୮ ଗୋଟି ପଞ୍ଚାୟତକୁ ନେଇ ଗଠିତ ସବଳା ମହାସଂଘ ୧୯ ବର୍ଷହେଲା ପୁର୍ଗଠନ ହୋଇନାହିଁ।ପ୍ରତି ଦୁଇ ବର୍ଷକୁ ସଂଘ ପୁର୍ଗଠନ ହେବା କଥା। ତଦନୁଯାଇ ପଞ୍ଚାୟତ ସ୍ତରୀୟ ସଂଘର କର୍ମକର୍ତ୍ତା ବଦଳ ହେଉଥିବା ବେଳେ ବ୍ଲକ ସ୍ତରୀୟ ମହାସଂଘ ବଦଳ ନ ହେବାର କାରଣ କଣ।ପୁଣି ମିଶନଶକ୍ତି ଅଧୀନରେ ଥିବା ଏହି ସଂଘକୁ ବିଭିନ୍ନ ସମୟରେ ଆସୁଥିବା ଅର୍ଥର ସଠିକ ବିନିଯୋଗ କରାଯାଉ ନାହିଁ।ବିଭିନ୍ନ ସମୟରେ ହେଉ ଥିବା ବୈଠକରେ ରିଜୋଲେସନ ଲେଖା ନ ଯାଇ କେବଳ ଦସ୍ତଖତ କରାଯାଉଛି।ଯାହା ଫଳରେ ମିଟିଂର ବିବରଣୀ ପରବର୍ତ୍ତୀ ସମୟରେ ଜଣାପଡୁନାହିଁ।ପଞ୍ଚାୟତ ସ୍ତରୀୟ କମିଟିରୁ ବ୍ଲକ ସ୍ତରୀୟ ମହାସଂଘ କମିଟିକୁ ମନୋନିତ ମା ମାନଙ୍କୁ ବିସି ଭାବରେ ଭାବରେ ଚୟନ କରାଯାଉ ନାହିଁ। ସରକାରୀ ସ୍ତରରୁ ଆସୁଥିବା ଅର୍ଥକୁ ସବୁ ପଞ୍ଚାୟତକୁ ଠିକ ଭାବରେ ବଣ୍ଟନ କରାଯାଉ ନାହିଁ ବୋଲି ଅଭିଯୋଗ କାରିଣୀ ମାନେ ଦାବୀ କରିଛନ୍ତି।ତେଣୁ ତୁରନ୍ତ ବାଲିଆପାଳ ବ୍ଳକର ସବଳା ମହା ସଂଘକୁ ପୁର୍ଗଠନ କରା ନ ଗଲେ ଜିଲ୍ଲା ପାଳଙ୍କ ପାଖକୁ ଯିବେବୋଲି ଅଭିଯୋଗ କାରିଣୀ ମାନେ ଚେତାବନୀ ଦେଇଛନ୍ତି।