ରବିବାର ଜପନ୍ତୁ ସୂର୍ଯ୍ୟଦେବଙ୍କ ଏହି ମନ୍ତ୍ର, ଦୂର ହେବ ସମସ୍ତ ସମସ୍ୟା
ସୂର୍ଯ୍ୟଦେବଙ୍କ ଉପାସନା ଦ୍ୱାରା ପରାକ୍ରମ, ଜ୍ଞାନ, ବୁଦ୍ଧି, ବଳ ଆଦି ପ୍ରାପ୍ତି ହୋଇଥାଏ । ସୂର୍ଯ୍ୟଦେବଙ୍କୁ ତାଙ୍କ ମନ୍ତ୍ର ସହ ଆରାଧନା କରିବା ସବୁଠୁ ସରଳ ଉପାୟ । ଏହାସହିତ ଜାତକରେ ସୂର୍ଯ୍ୟଙ୍କ ଅଶୁଭ ପ୍ରଭାବ କମ ହୋଇଥାଏ ।
ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ଓଁ ସୂର୍ଯ୍ୟାୟ ନମଃ ମନ୍ତ୍ର ଜପନ୍ତୁ । ଏହାଦ୍ୱାରା ଯଶ-କିର୍ତ୍ତି , ପଦ-ପ୍ରତିଷ୍ଠା ପଦୋନ୍ନତି ହୋଇଥାଏ ।
ଓଁ ହ୍ରିଂ ହ୍ରିଂ ସୂର୍ଯ୍ୟାୟ ନମଃ । ଏହି ମନ୍ତ୍ର ସ୍ୱାସ୍ଥ୍ୟଲାଭ ପାଇଁ ଫଳପ୍ରଦ ହୋଇଥାଏ । ପ୍ରତିଦିନ ଏହି ମନ୍ତ୍ର ଜପିବା ଦ୍ୱାରା ଗମ୍ଭୀର ରୋଗରୁ ମୁକ୍ତି ମିଳିଥାଏ ।
ଓଁ ଆଦିତ୍ୟାୟ ବିଦମହେ ଦିବାକରାୟ ଧୀମହୀ ତନ୍ନୋ ସୂର୍ଯ୍ୟଃ ପ୍ରଚୋଦୟାତ । ସୂର୍ଯ୍ୟଙ୍କ ଗାୟତ୍ରୀ ମନ୍ତ୍ର ଧନ ଲାଭ ପାଇଁ ଶୁଭ ହୋଇଥାଏ । ଏହାଦ୍ୱାରା ଭାଗ୍ୟ ବଳବାନ ହୋଇଥାଏ ।
ଓଁ ଘୃଣି ସୂର୍ଯ୍ୟାୟ ନମଃ । ଚାକିରୀ, ବେପାର ଏବଂ ଉନ୍ନତି ପାଇଁ ସୂର୍ଯ୍ୟ ଦେବଙ୍କ ଏହି ମନ୍ତ୍ର ଲାଭକରୀ ହୋଇଥାଏ । ମାନ୍ନ-ସମ୍ମାନ ମଧ୍ୟ ବୃଦ୍ଧି ହୋଇଥାଏ ।
ଓଁ ହ୍ରିଂ ଘୃଣିଃ ସୂର୍ଯ୍ୟ ଆଦିତ୍ୟଃ କ୍ଲିଂ ଓଁ । ଜୀବନରେ ସଫଳତା ପାଇବା ପାଇଁ ସୂର୍ଯ୍ୟଦେବଙ୍କ ଏହି ମନ୍ତ୍ର ନିୟମିତ ବା ରବିବାର ଜପନ୍ତୁ । ଏହାଦ୍ୱାରା ସମସ୍ତ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତି ହେବ ।
ରବିବାର ଦିନ କରନ୍ତୁ ସୂର୍ଯ୍ୟ ଦେବଙ୍କ ଏହି ଛୋଟ ଉପାୟ :-
ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଅଶୁଭ କିମ୍ବା ଦୁର୍ବଳ ଥିଲେ ରବିବାର ଦିନ ମାଛଙ୍କୁ ଅଟା ଗୁଳା ଖାଇବାକୁ ଦିଅନ୍ତୁ । ଏମିତି କରିବା ଦ୍ୱାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ହୋଇଥାଏ । ଫଳରେ ବ୍ୟକ୍ତିଙ୍କ ଜୀବନରେ ଆସୁଥିବା ସମସ୍ତ ବାଧା ଦୂର ହୋଇଥାଏ ।
ରବିବାର ଦିନ ଉଦୟ ସୂର୍ଯ୍ୟଙ୍କୁ ଜଳ ଦେବା ବହୁତ ଶୁଭ ହୋଇଥାଏ । ସୂର୍ଯ୍ୟ ଦେବଙ୍କୁ ଜଳ ଦେବା ପରେ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ୍ । ଏମିତି କରିବା ଦ୍ୱାରା ସୂର୍ଯ୍ୟ ଦେବଙ୍କ ସହ ମାତା ଲକ୍ଷ୍ମୀ ବି ପ୍ରସନ୍ନ ହୋଇଥାନ୍ତି । ଘରେ କେବେ ବି ଧନ ସମ୍ପତ୍ତି କମ ହୋଇନଥାଏ ।
ଯଦି ଆପଣ ପ୍ରତି ଦିନ ସୂର୍ଯ୍ୟ ଦେବଙ୍କ ପୂଜା କରିପାରୁ ନାହାଁନ୍ତି,ତେବେ ଅତି କମରେ ରବିବାର ଦିନ ପୂଜା ଜରୁର କରନ୍ତୁ । ରବିବାର ଦିନ ଆଦିତ୍ୟ ହୃଦୟ ସ୍ତ୍ରୋତ ପାଠ ଜରୁର କରନ୍ତୁ । ଏହାଦ୍ୱାରା ସୂର୍ଯ ଦେବ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।
ଚାକିରି ବା ବ୍ୟବସାୟରେ ଉନ୍ନତି ଚାହାଁନ୍ତି ତ ରବିବାର ଦିନ ବହି ଯାଉଥିବା ଜଳରେ ଗୁଡ଼ ଓ ଚାଉଳକୁ ମିଶାଇ ପ୍ରବାହିତ କରନ୍ତୁ । ଏମିତି କରିବା ଦ୍ୱାରା ବ୍ୟକ୍ତି ଉପରେ ସୂର୍ଯ୍ୟଦେବ କୃପା ବର୍ଷା କରିଥାନ୍ତି ।